ଭୁବନେଶ୍ବର୧୩/୧୨: COVID ପ୍ରଭାବରେ ଓଡ଼ିଶାକୁ ପୁଣି ଫେରିଛି ମିଳିମିଳା । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ମିଳିମିଳା । କନ୍ଧମାଳ,ଗଞ୍ଜାମ ଓ ପୁରୀ ଜିଲ୍ଲାରେ ମିଳିମିଳା ରୋଗୀ ଚିହ୍ନଟ। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ, ଗଞ୍ଜାମ ସୋରଡ଼ା ଅଞ୍ଚଳରେ ମିଳିମିଳା ବ୍ୟାପିଥିବା ଖବର ପରେ ସବୁଠି କୋକୁଆ ଭୟ ।
କନ୍ଧମାଳ ଓ ଗଞ୍ଜାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, କନ୍ଧମାଳ ରାଇକିଆରେ 30 ଜଣ ମିଳିମିଳା ରୋଗୀ ଥିଲେ । ସମସ୍ତେ ଭଲ ଅଛନ୍ତି । ପ୍ରାୟ ସୁସ୍ଥ ହୋଇଗଲେଣି । 5 ଜଣ ଏବେ ବି ମିଳିମିଳା ଆକ୍ରାନ୍ତ ଅଛନ୍ତି ।
ସଂକ୍ରମଣ ରୋକିବାକୁ ସେ ଅଞ୍ଚଳରେ କଣ୍ଟେନମେଣ୍ଟ ହୋଇଛି । କୋଭିଡ ସମୟରେ ରୋଗ ପ୍ରତିରୋଧକ ଶକ୍ତି କମିଥିବାରୁ ମିଳିମିଳା ବ୍ୟାପୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଟିକାକରଣ ହୋଇଛି । ପୁରୀ ଜିଲ୍ଲାରୁ ବି ମିଳିମିଳା ସଂକ୍ରମଣ ମାମଲା ଆସିଛି । ଏ ସବୁର ଅନୁଧ୍ୟାନ କରାଯାଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।