ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଶନିବାର ପୁରୁଷ ଜାଭେଲିନ ପ୍ରତିଯୋଗିତାରେ ଭାରତର ନବଦୀପ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପଟେ ମହିଳା ୨୦୦ ମିଟର ଟି୧୨ ପ୍ରତିଯୋଗିତାରେ ଭାରତର ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍ ସିମରନ ଶର୍ମା କାଂସ୍ୟ ପଦକ ଜିତିଛନ୍ତି। ଏହି ଦୁଇ ପଦକ ସହ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ଘଟିଛି। ଭାରତ ଏ ପର୍ଯ୍ୟନ୍ତ ୬ ସ୍ଵର୍ଣ୍ଣ, ୯ ରୌପ୍ୟ ଓ ୧୪ କାଂସ୍ୟ ପଦକ ଜିତି ସାରିଛି।
Also read: ଇଂଲଣ୍ଡକୁ ଲାଗିଲା ବଡ ଝଟକା, ବର୍ଷକ ପାଇଁ ଟିମ୍ରୁ ବାହାର ହେଲେ ମାର୍କ ଉଡ୍, ଜାଣନ୍ତୁ ଏହା ପଛର କାରଣ କଣ ?
ଫାଇନାଲ୍ରେ ନବଦୀପ ନିଜର ଦ୍ଵିତୀୟ ପ୍ରୟାସରେ ୪୭.୩୨ ମିଟର ଜାଭେଲିନ ଫିଙ୍ଗି ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି। ଇରାନର ସାଦେଘ ସୟାହ ବେତ ୪୭.୬୪ ମିଟର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଚୀନର ପେଙ୍ଗଜିୟାଙ୍ଗ ୪୪.୭୨ ମିଟର ସହ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି।
ପାରା ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ଟୋକିଓ ପାରାଅଲିମ୍ପିକ୍ସ ୨୦୨୦ରେ ଭାରତ ୫ ସ୍ଵର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ପଦକ ଜିତିଥିଲା। ମୋଟ୍ ୧୯ ପଦକ ସହ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। କିନ୍ତୁ ଏହି ରେକର୍ଡକୁ ଭାରତ ଧ୍ଵସ୍ତ କରି ନୂତନ କିର୍ତ୍ତୀମାନ ସ୍ଥାପନ କରିଛି।