LIVE TV

ବୀରୁଙ୍କୁ ଝୁରୁଛି ‘ଶୋଲେ’ ମୋଟର ସାଇକେଲ, ଗୋଆ ଫିଲ୍ମ ଫେଷ୍ଟିଭାଲରେ ଶୋଭା ପାଉଛି ୫୦ ବର୍ଷର ପୁରୁଣା ଗାଡ଼ି

NEWS7
medical-colleges-will-be-established-in-30-districts-in-the-coming-days

ନୂଆଦିଲ୍ଲୀ ୨୫।୧୧; ୟେ ଦୋସ୍ତି.. ହମ ନେହିଁ ତୋଡେଙ୍ଗେ... ଗୀତ ବାଜୁଢ଼ି ଓ ପୁଣି ବଲିଉଡର ସୁପରହିଟ୍ ଯୋଡ଼ି ଜୟ-ବୀରୁଙ୍କ ଫଟୋ ଲାଗିଛି । ତା ସାଙ୍ଗକୁ ଜୟ-ବୀରୁଙ୍କ ସେହି ମୋଟର ସାଇକେଲ ଥୁଆ ହୋଇଛି। ଯାହାକୁ ଧରି ଦୁହେଁ ଚକ୍କର କାଟୁଥିଲେ। ବଡ଼ କଥା ହେଲା, ଏତେ ବର୍ଷ ପରେ ବି ସେ ମୋଟର ସାଇକେଲ ସଂରକ୍ଷିତ ଅଛି । ଭାରତୀୟ ସିନେମା ଜଗତର ଅନ୍ୟତମ କିମ୍ବଦନ୍ତୀ ସିନେମା "ଶୋଲେ'ର ୫୦ ବର୍ଷ ପୂର୍ତ୍ତି ଅବସରରେ ଏମିତି ଏକ ଅବସର ସୃଷ୍ଟି ହୋଇଛି ଗୋଆରେ ଅନୁଷ୍ଠିତ ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ରେ । କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଜୟ-ବୀରୁଙ୍କ ଦୋସ୍ତି ଏବଂ "ଶୋଲେ'ର ୫୦ ବର୍ଷ ଉପଲକ୍ଷେ ଏହି ଚଳଚଚ୍ଚିତ୍ରର ଆଇକନିକ୍ ମୋଟର ସାଇକେଲ ପ୍ରଦର୍ଶିତ ହୋଇଛି । ଏହା ଜୟ-ବୀରୁଙ୍କ ଦୋସ୍ତିର ସମ୍ମାନ ପୂର୍ବକ ସ୍ନେହ, ଶ୍ରଦ୍ଧା, ଭ୍ରାତୃତ୍ୱର ନିଦର୍ଶନ ସାଙ୍ଗକୁ ଭାରତୀୟ ସିନେମାର ସୁବର୍ଣ୍ଣ ଯୁଗକୁ ସୂଚାଉଛି ।

ଆଇଏଫ୍ଏଫ୍ଆଇ ଉତ୍ସବ ସ୍ଥଳରେ ଏହା ପ୍ରଦର୍ଶିତ ହେବା ସାଙ୍ଗକୁ ଏହା ବିଷୟରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଫଟୋ, ଗୀତ ସହ ସୂଚନା ଦିଆଯାଇଛି । ଯାହା ଆଇଏଫ୍ଏଫ୍ଆଇରେ ସେଲ୍ଫି ଜୋନ୍ ପାଲଟିଥିବା ବେଳେ ଆଜି ବୀରୁ ତଥା ଧର୍ମେନ୍ଦ୍ରଙ୍କ ବିୟୋଗରେ ଏହି ମୋଟର ସାଇକେଲ ପ୍ରଦର୍ଶନୀ ସ୍ଥଳରେ ଶୋକର ଛାୟା ଖେଳିଯିବା ସହ ସମସ୍ତେ ଧର୍ମେନ୍ଦ୍ରଙ୍କ ସଶ୍ରଦ୍ଧ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍ଏଫ୍ଡିସି) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କୁହାଯାଇଛି କି, କିମ୍ବଦନ୍ତୀ ତାରକା ଧର୍ମେନ୍ଦ୍ରଜୀ ଏଭଳି ଜଣେ ତାରକା, ଯାହାଙ୍କ ବିୟୋଗରେ ଏକ ଯୁଗର ଅବସାନ ହୋଇଛି । ତାଙ୍କର କାଳଜୟୀ ଅଭିନୟ ଭାରତୀୟ ସିନେମାରେ ପ୍ରତିଧ୍ୱନିତ ହୋଇ ରହିଛି ।

ଆଇଏଫ୍ଏଫ୍ଆଇରେ ଆମେ ତାଙ୍କ ଯାତ୍ରାକୁ ହୃଦୟର ସହିତ କୃତଜ୍ଞତା ଜଣାଇ ସମ୍ମାନ କରୁଛୁ । "ଶୋଲେ' ବାଇକ୍ ତାଙ୍କ ଅବିସ୍ମରଣୀୟ ସ୍ମୃତିର ପ୍ରତୀକ ଭାବରେ ଆଜି ଛିଡ଼ା ହୋଇଛି । ରିଲ୍ର ପ୍ରତ୍ୟେକ ଫ୍ରେମ୍ ପରଦାରେ ତାଙ୍କ ଅଭିନୟକୁ ବିନମ୍ର ଶ୍ରଦ୍ଧାଞ୍ଜଳି । ତାଙ୍କ ଅଭିନୟ ଜୀବିତ ଏବଂ ସେ ଅମର । ତାଙ୍କର ଏ ଯାତ୍ରା ନିଶ୍ଚିତ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଦେଉଛି ଏବଂ ଭବିଷ୍ୟତରେ ଦେଇ ଚାଲିବ । ସିନେମାରେ ତାଙ୍କ କୃତି ଓ କୀର୍ତ୍ତି ତଥା ଅମଳିନ ସ୍ମୃତି ସବୁଦିନ ପାଇଁ ଚଳଚ୍ଚିତ୍ରପ୍ରେମୀଙ୍କ ହୃଦୟରେ ସାଇତା ହୋଇ ରହିବ ।