ହିମାଚଳପ୍ରଦେଶ୧୨/୧: ମାତ୍ର ୧୦ ମାସରେ ଚାଲିବା ସହ ସ୍ପଷ୍ଟ କଥାବାର୍ତ୍ତା । ୨ ବର୍ଷରେ ଆରମ୍ଭ ପାଠପଢା ୮ ବର୍ଷ ପିଲାର ସର୍ଜରୀ । ୧୨ ବର୍ଷରେ ଆଇଆଇଟି କ୍ରାକ, ୧୭ରେ ମାଷ୍ଟ୍ରର ଡିଗ୍ରୀ । ବିଶ୍ବର ସବୁଠୁ କୁନି ଡାକ୍ତରଙ୍କ ଏ ଅସାଧାରଣ ପ୍ରତିଭା ଦେଖିଲେ ଯେକେହି ବି ହୋଇଯିବେ ତାଜୁବ । ହିମାଚଳପ୍ରଦେଶର ଅକ୍ରିତ ପ୍ରାନ ଜସୱାଲଙ୍କ ସଂପର୍କରେ ଜାଣିବାକୁ ହେଲେ ଆପଣଙ୍କୁ ଏ ଖବର ଭିତରକୁ ଯିବାକୁ ହେବ ।
ପ୍ରତିଭା ପାଇଁ କେବେ ବାଧା ହୋଇପାରେନି ବୟସ ମାପ କାଠି। ଏହାର ଉଦାହରଣ ହିମାଚଳପ୍ରଦେଶର ଅକ୍ରିତ ପ୍ରାନ ଜସୱାଲ । ୨୩ ଏପ୍ରିଲ ୧୯୯୩ । ହିମାଚଳ ପ୍ରଦେଶରେ ନୁରପୁରରେ ଜନ୍ମ ହୋଇଥିବା ଅକ୍ରିତଙ୍କ ଅସାଧାରଣ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ । ତୁଳସୀ ୨ ପତ୍ରରୁ ବାସିଲା ପରି ଅକ୍ରିତଙ୍କ ଅସାଧାରଣ ଶକ୍ତି ପିଲାଟି ଦିନରୁ ଜଣାପଡିଥିଲା । ମାତ୍ର ୧୦ ମାସ ବୟସରେ ସେ ଚାଲିବାକୁ ଓ କଥା କହିବା ଆରମ୍ଭ କରିଦେଇଥିଲେ । ଯେତେବେଳେ ତାଙ୍କୁ ୨ ବର୍ଷ ହୋଇଯାଇଥିଲା ପଢିବା ଆଉ ଲେଖିବାରେ ସକ୍ଷମ ହୋଇଯାଇଥିଲେ । ଯେଉଁ ବୟସରେ ଅଧିକାଂଶ ପିଲା କଥା କହିବା ସହ ଶିଖିବା ଆରମ୍ଭ କରନ୍ତି । ଏତିକିବେଳେ ପାଠପଢି ପୁରା ଦୁନିଆକୁ ଚମକାଇ ଦେଇଥିଲେ ଅକ୍ରିତ ।
ପିତାମାତା ,ପରିବାର,ସାଂଗ ସାଥୀ ଓ ସଂପର୍କୀୟ ସମସ୍ତେ ଅକ୍ରିତଙ୍କ ଅସାଧାରଣ ଶକ୍ତିକୁ ଦେଖି ଆଚମ୍ବିତ ହୋଇଯାଉଥିଲେ । ହେଲେ ପୁରା ଦୁନିଆକୁ ଏହି ହୀରା ବିଷୟରେ ଜଣାପଡିଲା ଯେତେବେଳେ ମାତ୍ର ୭ ବର୍ଷ ବୟସରେ ୮ ବର୍ଷର ଜଣେ ପୋଡିହୋଇଯାଇଥିବା ପିଲାର ଅପରେସନ କରିଥିଲେ ଅକ୍ରିତ । ଆଉ ତାଙ୍କୁ ଦୁନିଆର ସବୁଠୁ କୁନି ଡାକ୍ତରର ଆଖ୍ୟା ମିଳିଥିଲା । ଏହି ସଫଳତା ସହ ଜଣେ ସଫଳ ଡାକ୍ତର ଭାବରେ ଅକ୍ରିତଙ୍କ ଯାତ୍ରା ଆରମ୍ଭ ହୋଇଥିଲା ।
୧୨ ବର୍ଷ ବୟସରେ ଅକ୍ରିତଙ୍କ ବିତକ୍ଷଣ ପ୍ରତିଭା ଆହୁରି ପ୍ରସ୍ଫୁଟିତ ହୋଇଥିଲା କାହିଁକି ନା ଭାରତର ସବୁଠାରୁ କମ୍ ବୟସ୍କ ୟୁନିଭରସିଟି ଷ୍ଟୁଣ୍ଡେଣ୍ଟ ଭାବରେ ହେଲେ ପରିଚିତ । ୧୪୬ ଆଇକ୍ୟୁ ସହ ତାଙ୍କ ପ୍ରତିଭା ଅନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିଥିଲା ଯେତେବେଳେ ସେ ଆମେରିକାନ ଟକ୍ ସୋରେ ନଜର ଆସିଥିଲେ । ଅକ୍ରିତଙ୍କ ଏ ସଫଳତାର ଯାତ୍ରା ଧିରେ ଧିରେ ଆଗକୁ ଆଗକୁ ଚାଲିଥିଲା । ଏତେ ଛୋଟ ବୟସରୁ ସେ ଚଣ୍ଡିଗଡ ୟୁନିଭରସିଟିରେ ରେ ସାଇଣ୍ଟିଫିକ୍ ରିସର୍ଚ୍ଚ ଆରମ୍ଭ କରିଦେଇଥିଲେ । ଏହାପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜିରେ IIT କାନପୁର ବାୟୋ ଇଞ୍ଜିନିୟରିଂ ପଢିବା ଆରମ୍ଭ କରିଦେଇଥିଲେ । ୧୭ ବର୍ଷ ବୟସ ଭିତରେ ଅକ୍ରିତ କେମେଷ୍ଟ୍ରିରେ ମାଷ୍ଟର ଜିଗ୍ରୀ ହାସଲ କରିସାରିଥିଲେ । ଯାହା ପାଠପଢା ପ୍ରତି ଅକ୍ରିତଙ୍କ କମିଟମେଣ୍ଟକୁ ସ୍ପଷ୍ଟ କରିଥିଲା ।
ଅକ୍ରିତଙ୍କ ସଫଳତାର ଲିଷ୍ଟରେ ଯୋଡି ହୋଇଯାଇଥିଲା ଆଉ ଏକ ଅଧ୍ୟାୟ । କେମେଷ୍ଟ୍ରିରରେ ମାଷ୍ଟର ଡିଗ୍ରୀ ପରେ ସେ କ୍ୟାନସର ପରି ମାରାତ୍ମକ ବ୍ୟାଧିର ରିସର୍ଚ୍ଚରେ ନିଜକୁ ସାମିଲ କରିପାରିଥିଲେ । ମେଡିକାଲ ପାଠ ପ୍ରତି ତାଙ୍କର ଆଗ୍ରହ ବିଶ୍ବବାସୀଙ୍କ ପାଇଁ ହୋଇଗଲା ପ୍ରେରଣା ।ଅକ୍ରିତଙ୍କ ସଫଳତାର କାହାଣୀ ସବୁ ଯୁବପିଢିଙ୍କ ପାଇଁ ଏକ ପାୱାରଫୁଲ ରିମାଇଣ୍ଡର ଯାହା କିଛି କରିଦେଖାଇବାର ଝୁଙ୍କ,କଠୋର ପରିଶ୍ରମ ଓ ନିଜ ଉପରେ ବିଶ୍ବାସର ମିଶ୍ରଣ ।