କିଛି କାମ ନାହିଁ,ବର୍ଷକୁ ରୋଜଗାର ୬୯ ଲକ୍ଷ ,ଟୋକିଓର ଶୋଜିଙ୍କ ନିଆରା ବିଜନେସ୍

Published By : Prameya-News7 Bureau | January 12, 2025 IST

ନୂଆଦିଲ୍ଲୀ ୧୨/୧: ରୋଜଗାର କରିବାକୁ ହେଲେ କିଛି କାମ କରିବାକୁ ପଡେ ।ଏକଥା ସମସ୍ତଙ୍କୁ ଜଣା । ନିଜର ସାମର୍ଥ୍ୟ ଅନୁସାରେ  କାହାକୁ କମ୍‌ ଆଉ କାହାକୁ ଅଧିକ ମିଳେ । ଟଙ୍କା ପାଇଁ ଦିନରାତି ଏକ କରିଦିଏ ମଣିଷ । ହେଲେ ବିନା କାମରେ ବି ରୋଜଗାର କରିବା ସମ୍ଭବ । ଶୁଣିଲେ ବିଶ୍ବାସ ହେଉନି ନା…ଦୁନିଆରେ ଏମିତି ବି ବ୍ୟକ୍ତି ଅଛନ୍ତି ଯିଏ କିଛି କରୁନାହାନ୍ତି ବସି ବସି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି କିଛି ନକରିବାକୁ ସେ ଟଙ୍କା ନେଉଛନ୍ତି ।ତାଙ୍କ ଡିମାଣ୍ଡ ବି କାହିଁରେ କେତେ । ଲକ୍ଷପତିରୁ ଏବେ ସେ କୋଟିପତି । ଏବେ ଆପଣଙ୍କ ମନରେ ଆସୁଥିବ କିଛି ନ କରି ଜଣେ ବ୍ୟକ୍ତି କେମିତି ରୋଜଗାର କରିପାରିବ

ଜାପାନ ରାଜଧାନୀ ଟୋକିଓର ଶୋଜି ମୋରିମୋଟ । ବୟସ ୪୧ ବର୍ଷ । ନିଜର ନିଆରା ବ୍ୟବସାୟକୁ ନେଇ ଏବେ ଚର୍ଚ୍ଚିତ ଚେହେରା । ଏବେ ସମସ୍ତଙ୍କ ମନକୁ ପ୍ରଶ୍ନ ଆସୁଥିବ ଶୋଜିଙ୍କ କାମ କଣ ? ୨୦୧୮ରେ ନିଜକୁ ଭଡାରେ ଲଗାଇ ବ୍ୟବସାୟ ଆରମ୍ଭ କରିଥିଲେ ଶୋଜି । ଭଡା ପାଇଁ ଉପଲବ୍ଧ ଥିବା ବ୍ୟକ୍ତି ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଆଉ କହୁଥିଲେ ଏଭଳି ଜଣେ ବେକାର ବ୍ୟକ୍ତି  ଯିଏ ଭଡାରେ ଯିବାକୁ ଆପଣଙ୍କ ପାଇଁ ରେଡ୍ଡି । କିନ୍ତୁ ସେ କୌଣସି କାମ କରିବେନି । କେବଳ ଲୋକଙ୍କ ସହ ଯାଏ ସେମାନଙ୍କର ଏକାପଣ ଦୂର କରିବେ ।ଲୋକଙ୍କ ପାଖରେ ବସିବେ । ସେମାନଙ୍କ ସହିତ କଥାବାର୍ତ୍ତା ହେବେ ।ଜଣେ ଫ୍ରେଣ୍ଡ ଭଳି ତାଙ୍କ କଥା ଶୁଣିବେ । ସବୁ ଦୁଃଖ ସୁଖ ସେୟାର କରିବେ । ଏଭଳି କରିବାକୁ ସେ ଟଙ୍କା ଡିମାଣ୍ଡ କରନ୍ତି । ଏହାକୁ ସେ ନିଜେ ସର୍ଭିସ ଟ୍ୟାକ୍ସ ବୋଲି କହିଥାନ୍ତି । ଏଭଳି କାମ ପାଇଁ ଜୋପାନରେ ଶୋଜିଙ୍କ ଡିମାଣ୍ଡ ଢେର୍‌ । ଲୋକେ ତାଙ୍କୁ ଖୋଜୁଛନ୍ତି ଆଉ ତାଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି । 

ମୋରିମୋଟ ଖୋଦ ଏହାର ଖୁଲାସା କରି କହିଛନ୍ତି ଏହି ବ୍ୟବସାୟ ଆରମ୍ଭ କରିବା ପରଠାରୁ ଏବେ ସୁଦ୍ଧା ସେ ୪ ହଜାରରୁ ଅଧିକ ଲୋକଙ୍କ ସହ କାମ କରିସାରିଲେଣି । ପ୍ରତି ବୁକିଂ ପିଛା ତାଙ୍କୁ ୧୦ ହଜାର ୟୋନ ତଥା ଭାରତୀୟ ମୁଦ୍ରାରେ ପ୍ରାୟ ୫ହଜାର ୬ଶହ ୩୩ ଟଙ୍କା ମିଳେ । 


ସାଧାରଣତଃ ସେହି ଲୋକମାନେ ଶୋଜିଙ୍କ ସହ ଯାଆନ୍ତି ଯେଉଁମାନଙ୍କୁ ଜଣେ ବନ୍ଧୁର ଦରକାର ଥାଏ । ବିନା ପାର୍ଟନରରେ ଯେଉଁ କ୍ଲବ ଏଣ୍ଟ୍ରି ଅନୁମତି ଦେଇନଥାଏ ମୋଜି ସେମାନଙ୍କର ପାର୍ଟନର ସାଜିଥାନ୍ତି । ସେହିପରି କେହି ଯଦି ଘରେ ଏକୁଟିଆ ଅନୁଭବ କରୁଥିବେ ମୋରିମୋଟ ସେଠାରେ ପହଞ୍ଚି ତାଙ୍କ ଏକଲାପଣକୁ ଦୂର କରିଥାନ୍ତି । 

ଏଭଳି ସେବା ଯୋଗାଇବାକୁ ମୋରିମୋଟ ଘଣ୍ଟା ପିଛା ଟଙ୍କା ଚାର୍ଜ କରନ୍ତି । ରିପୋର୍ଟ ମୁତାବକ ବର୍ଷକୁ ପ୍ରାୟ ୧ହଜାର ଫ୍ରେଣ୍ଡ ରିକ୍ୟୁଏଣ୍ଟ ତାଙ୍କ ପାଖକୁ ଆସେ । ସେ କେଉଁ କାମ କରିବେ କେଉଁ କାମ କରିବେନି ତାଙ୍କ ମୁଡ ଉପରେ ନିର୍ଭର କରେ ।   ୪ ବର୍ଷରେ ସେ କମାଇ ସାରିଲେଣି ପ୍ରାୟ ୩ କୋଟି । ବିଭିନ୍ନ ସେବା ଯୋଗାଉଥିଲେ ମଧ୍ୟ ମୋରିମୋଟ ଶାରିରୀକ ସଂପର୍କ ରଖିବାକୁ ସଂପୂର୍ଣ୍ଣ ବାରଣ କରିଥାନ୍ତି । ଅନଲାଇନ ମାଧ୍ୟମରେ ସେ ଲୋକଙ୍କ ସହ ସଂପର୍କ ଯୋଡନ୍ତି ।

ଭାରତୀୟ ପରିବାରରେ ଜଣେ ଅନ୍ୟ ଜଣକ ସହ କଥା ହୋଇ ନିଜର ଦୁଃଖ ବାଣ୍ଟନ୍ତି ଓ ମନ ହାଲ୍‌କା କରନ୍ତି । କିନ୍ତୁ ମୋରିଜୋଟଙ୍କ ପରି ମଣିଷ ସମସ୍ତଙ୍କୁ ଦରକାର ।ଯଦି ପରିବାରରେ ଏମିତି କେହି ବ୍ୟକ୍ତି ନାହାନ୍ତି ଯାହା ସହ ଆପଣ ସୁଖ ଦୁଃଖ ବାଣ୍ଟିପାରିବେ ତେବେ ଚିନ୍ତା କରନ୍ତୁନି । ମୋରିମୋଟଙ୍କୁ ଯୋଗାଯୋଗ କରନ୍ତୁ ।ଯାହାଙ୍କ ସହ କଥା ହେଲେ ଆପଣଙ୍କ ମନ ହାଲ୍‌କା ହୋଇଯିବ, ଦୁଃଖ ଦୂର ହୋଇଯିବ । ଆଉ ଆପଣଙ୍କ ମୁହଁରେ ଫୁଟି ଉଠିବ ଚେନାଏ ହସ । 

 

  • japan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.