ଭୁବନେଶ୍ବର ୨୧।୧୧: ଆସନ୍ତା ୨୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ । ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବ । ମନ୍ତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ବଜେଟ୍କୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ । ବିଧାନସଭାର ଆଗାମୀ ଶୀତ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍କୁ ଉପସ୍ଥାପନ କରିବେ । ତାହା ୫ ତାରିଖରେ ଗୃହିତ ହେବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଗାମୀ ଅଧିବେଶନରେ ଆମ୍ବ ଟାକୁଆଜନିତ ମୃତ୍ୟୁ, ଭରତପୁର ଥାନା ଘଟଣା, ରାସନ କାର୍ଡ, ମେଘନାଦ ପାଚେରୀରେ ଫାଟ ଏବଂ ଧାନ ମଣ୍ଡି ଇତ୍ୟାଦି ପ୍ରସଙ୍ଗରେ ସରଗରମ ହେବା ଆଶଙ୍କା କରାଯାଉଛି ।
You Can Read:
ରାଜ୍ୟରେ ଖୁବ୍ଶୀଘ୍ର ପ୍ରତିଷ୍ଠା ହେବ ମହିଳା କୋର୍ଟ, ଜଜ୍ଙ୍କ ସହ ସରକାରୀ ଓକିଲ ଏବଂ କର୍ମଚାରୀ ବି ରହିବେ ମହିଳା