ଲିମ୍ବ ଗଛରୁ ବୋହିଲା କ୍ଷୀର, ଲୋକେ କହିଲେ ଅଲୌକିକ ଘଟଣା!

Published By : Prameya-News7 Bureau | December 05, 2024 IST

ଟାଙ୍ଗୀ ୦୫/୧୨: ଲିମ୍ବ ଗଛରୁ ଝରୁଛି କ୍ଷୀର । କଥାଟା ଅଜବ ଲାଗୁଥିଲେ ବି ସତ । ଏମିତି ଏକ ଘଟଣା ଘଟିଛି ଚାନ୍ଦପୁର ନିକଟସ୍ଥ ବେଣ୍ଟ ଗ୍ରାମରେ । ବେଣ୍ଟ ଗ୍ରାମର ସନ୍ତୋଷ ରଣାଙ୍କ ବାଡିରେ ଥିବା ଏକ ଲିମ୍ବ ଗଛରୁ କ୍ଷୀର ନିର୍ଗତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ଜଣା ପଡିବା ପରେ ନିର୍ଗତ କ୍ଷୀରକୁ ପ୍ରସାଦ କହି ଲୋକେ ସେବନ କରିଥିଲେ । 


ଏହି କାରଣରୁ ସନ୍ତୋଷ ରଣାଙ୍କ ବାଡ଼ିରେ ଲୋକଙ୍କର ଭିଡ଼ ଜମିଥିଲା । ତେବେ ଲିମ୍ବ ଗଛରୁ କ୍ଷୀର ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଏହାକୁ ଭଗବାନଙ୍କ ଲୀଳା କହି ଗଛକୁ ପୂଜା କରିବାକୁ ଲାଗିଲେଣି । ଅନ୍ୟପଟେ ଏହା ଏକ ଅନ୍ଧ ବିଶ୍ୱାସ ବୋଲି କେତେକ ବୁଦ୍ଧିଜୀବୀ ମତ ଦେଇଛନ୍ତି । ସେପଟେ ଏହି ଘଟଣା ପ୍ରଘଟ ହେବା ପରେ ସନ୍ତୋଷ ରଣାଙ୍କ ଘରବାଡ଼ିରେ ଜମିଥିଲା ଲୋକଙ୍କର ଭିଡ଼ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.