ବାରିପଦା ୨୪।୧୦: ବାତ୍ୟା ‘ଦାନା’ ମୁକାବିଲା ଓ ବ୍ୟବସ୍ଥା ନେଇ ମୟୂରଭଞ୍ଜ ଦାୟିତ୍ଵରେ ରହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଜିଲ୍ଲା ପ୍ରଶାସନ ସହିତ ଜରୁରୀ ବୈଠକ କରି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । କୌଣସି ସ୍ଥାନରେ ଜଳବନ୍ଦୀ ନହେବା ସହିତ ଦିବ୍ୟାଙ୍ଗ ମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ୨୪ ଓ ୨୫ ତାରିଖ ପରେ ଆଗକୁ ଆଉ ୪ରୁ ୫ ଦିନ ଲାଗି ସମସ୍ତ ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯିବ ବୋଲି ସେ କହିଛନ୍ତି ।
You Can Read:
ପାଖେଇ ଆସୁଛି ଭୀଷଣ ବାତ୍ୟା ‘ଦାନା’, ପାରାଦୀପରୁ ୨୬୦ ଏବଂ ଧାମରାରୁ ୨୯୦ କି.ମି. ଦୂରରେ