କେନ୍ଦ୍ର ପରେ ରାଜ୍ୟ ବଢାଇଲା ମାଗଣା ଚାଉଳ ଅବଧି, ୨୦୨୮ ଯାଏଁ ଗରିବ କଲ୍ୟାଣ ଅନ୍ନ ଯୋଜନା

Published By : Prameya-News7 Bureau | October 10, 2024 IST

ଭୁବନେଶ୍ୱର ୧୦।୧୦ : କେନ୍ଦ୍ର ପରେ ରାଜ୍ୟ ସରକାର ବି ବଢାଇଲେ ଗରିବଙ୍କୁ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଯାହାପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । 

ସେ କହିଛନ୍ତି ଯେ, ୨୦୨୮ ପର୍ଯ୍ୟନ୍ତ ବଢ଼ିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ । ବର୍ତ୍ତମାନ ରାସନ କାର୍ଡ Ekyc ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ Ekyc ସରିଲାଣି । ୧ କୋଟି ପାଖାପାଖି ଲୋକଙ୍କ Ekyc ବାକି ଅଛି । ତେବେ ୧୫ରୁ ୨୦ ଦିନ ଭିତରେ Ekyc ସରିଯିବ । ତା ପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଳୁ ମିଶନ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଉତ୍ତର ପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯିବ । ଭଲ କ୍ୱାଲିଟିର ବିହନ ଚାଷୀଙ୍କୁ ଦେବେ ସରକାର । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.