ଖାଉଟିଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ, ପ୍ରତି ବ୍ଲକରେ ହେବ କୋଲ୍ଡ ଷ୍ଟୋର : ଖାଦ୍ୟ ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | June 24, 2024 IST

ଭୁବନେଶ୍ବର ୨୪।୬: ପରିବା ଦର ବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଦରଦାମ ବୃଦ୍ଧିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା । ନାସିକ ଓ ଆନ୍ଧ୍ରରୁ ପିଆଜ ଆସୁଛି, କିଲୋ ୨୯ ଟଙ୍କା, ଖର୍ଚ୍ଚ ୪ ଟଙ୍କା, କିଣା ୩୨ ଟଙ୍କା ପଡିଯାଉଛି । ଲାଭ ରଖି ବିକ୍ରି ୪୦ ଟଙ୍କା ହୋଇଯାଉଛି । ଆମେ ନଜର ରଖିଛୁ । ଗୋଦାମ ସର୍ଚ୍ଚ କରାଯାଉଛି, କେତେ କ୍ବିଣ୍ଟାଲ ରଖିବା କଥା, କେତେ ଅଛି ସେସବୁ ପ୍ରତି ଜିଲ୍ଲାରେ ଯାଞ୍ଚ ହେବ । ଖାଉଟିଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଳୁ ଦର ପଶ୍ଚିମବଙ୍ଗରେ ବଢିଛି, ତେଣୁ ଏଠି ବଢୁଛି । ଆମର ଆମଦାନୀ ନାହିଁ, ଆମେ କଡା ନଜର ରଖିଛୁ । ଦର ବଢ଼ାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଟମାଟୋ ଉତ୍ପାଦନ କମ୍ ହେଲେ ଦର ବୃଦ୍ଧି ହୁଏ । ପନିପରିବା ଉପରେ ସରକାରଙ୍କ କଣ୍ଟ୍ରୋଲ ନାହିଁ । ବର୍ଷା ହେଲେ ଗଛ ପଚିବ, ଦର ବଢିବ । କେତେବେଳେ କୃଷକ ହଇରାଣ, କେତେବେଳେ ଖାଉଟି । ପ୍ରତ୍ୟେକ ଜିଲ୍ଲା ଅଧିକାରୀ ମାନେ ଗୋଦାମ ବୁଲିବେ । ପୂର୍ବ ସରକାର କୋଲ୍ଡ ଷ୍ଟୋର କରିବେ କହିଲେ କରିପାରିଲେ ନାହିଁ । ଆମ ଲକ୍ଷ୍ୟ ପ୍ରତି ବ୍ଲକରେ ଗୋଟିଏ ଗୋଟିଏ କୋଲ୍ଡ ଷ୍ଟୋର । ଏହା ସଙ୍ଗେ ସଙ୍ଗେ ହୋଇପାରିବ ନାହିଁ ସମୟ ଲାଗିବ ।


You Can Read :

ଅପରାହ୍ନରେ ଛତିଶା ନିଯୋଗ ବୈଠକ, ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ହେବ ନୀତି ନିର୍ଘଣ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.