E-KYC ଯାଞ୍ଚ ପରେ ହିତାଧିକାରୀ ପାଇବେ ନୂଆ ରାସନ କାର୍ଡ : ସୂର୍ଯ୍ୟବଂଶୀ ସୁରଜ

Published By : Prameya-News7 Bureau | August 28, 2024 IST

ଭୁବନେଶ୍ବର ୨୮।୮: ରାସନ କାର୍ଡ ପାଇଁ E-KYC କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କେମିତି E-KYC କରିବେ ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବାସୁଦେବପୁର ବିଧାୟକ ଅଶୋକ ଦାସ ।

ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ମନ୍ତ୍ରୀ କହିଛନ୍ତି, ବିଗତ ଦିନରେ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ନଥିଲା ତେଣୁ ଭୂତ କାର୍ଡ, ମୂଷା କାର୍ଡ ବାହାରୁଥିଲା । ଏକ ମାସ ଭିତରେ E-KYC ନକରିପାରିଲେ ରାସନ କାର୍ଡ କଟିବ ନାହିଁ । E-KYCର ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । 

ସେପଟେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଶ । ମାସେ ହେବ ଆବେଦନ କରି ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି ସେମାନେ କେବେ ସୁଦ୍ଧା ରାସନ କାର୍ଡ ପାଇବେ । 

ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ରାସନ କାର୍ଡ ପାଇଁ E-KYC ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । E-KYC ଏକ ସମ୍ବେଦନଶୀଳ ପ୍ରସଙ୍ଗ । E-KYC କରିବା ପାଇଁ ସାଧାରଣ ଲୋକଙ୍କୁ ସରକାର ଅନୁରୋଧ କରିଛନ୍ତି । ଯେଉଁମାନେ ମାସେ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, E-KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ । ଏ ନେଇ ଚିନ୍ତା କରାଯାଉଥିବା ମନ୍ତ୍ରୀ କହିଛନ୍ତି । 

You Can Read:

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୨ ଗେଟ୍, ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.