ଯଥାଶୀଘ୍ର କ୍ଷୟକ୍ଷତି ଆକଳନ ଶେଷ କରିବାକୁ ଚେଷ୍ଟା, ୭ ଦିନ ଭିତରେ ଦିଆଯିବ ସହାୟତା

Published By : Prameya-News7 Bureau | October 25, 2024 IST

ଭୁବନେଶ୍ବର ୨୫।୧୦: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଓଡିଶା ଉପକୂଳ ସ୍ପର୍ଶ କରିଛି । ଶନିବାର କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ରବିବାର ଠାରୁ ଫିଲ୍ଡ ଷ୍ଟାଫ୍ କ୍ଷୟକ୍ଷତି ଆକଳନ କରିବେ । ରାଜସ୍ବ, କୃଷି, ପରିସଂଖ୍ୟାନ ଏବଂ ସମବାୟ ଅଧିକାରୀ ମାନେ ଫିଲ୍ଡ ଯାଇ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ ।

ଚେଷ୍ଟା କରାଯିବ ୪୮ ଘଣ୍ଟାରେ ଆକଳନ ଶେଷ କରିବାକୁ । ସାତ ଦିନ ଭିତରେ ସହାୟତା ଦିଆଯିବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି । ଶନିବାର ପାଗ ଅନୁକୂଳ ହେଲେ ଏରିୟଲ ସର୍ଭେ କରାଯାଇ ପ୍ରାଥମିକ ଆକଳନ କରାଯିବ । ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ । ନିଆରା ଅନୁଭୂତି ମୋ ପାଇଁ । ସମସ୍ତଙ୍କ ସହ ବୈଠକ କରିଛି । ଚେହେରା ଚାପମୁକ୍ତ ହୋଇଛି । ଓଡ଼ିଶାବାସୀଙ୍କ ବିଜୟ ହେଲା । ବିରୋଧୀ ଦଳ ଭାବରେ ଓଡ଼ିଶା ପୋଲିସର ଚେହେରା ଦେଖିଥିଲି ଏବେ ପୋଲିସ ପ୍ରତି ସମ୍ବେଦନଶୀଳ ଆସିଲା । ଗୋଟେ ମଣିଷ ପ୍ରେମୀ ଚେହେରା ଦେଖିଲି । ରାସ୍ତା ସଫା ସରିଲାଣି । ୪ ଘଣ୍ଟା ଭିତରେ ରାସ୍ତା ସଫା ସରିଲାଣି । ଟେଲିକମ୍‌ର କୌଣସି ଅଭିଯୋଗ ଆସିନାହିଁ । କିଛି ସ୍ଥାନରେ ତାର ଛିଣ୍ଡିଯିବା ଯୋଗୁଁ ବିଦ୍ୟୁତ ବ୍ୟାଘାତ ହେଇଛି । ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ । ୧୬୦୦ ମା’ ମାନେ ପ୍ରସବ କଲେ । ୧୩ ଜଣ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି । ଭାରତ ବର୍ଷରେ ସବୁଠୁ ଅଧିକ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିଛୁ । ଏବେ ମଧ୍ୟ ଖାଲୁଆ ସ୍ଥାନରେ ପାଣି କଟିନି । ଯେଉଁମାନେ ରିଲିଫ ସେଣ୍ଟରରେ ରହିବା ପାଇଁ ଚାହିଁବେ ରହିପାରିବେ । ରନ୍ଧା ଖାଦ୍ୟ ଦିଆଯିବ । ଯେଉଁମାନେ ଘରକୁ ଯିବେ ରିଲିଫ ସେଣ୍ଟରରେ ଜଣାଇ ଯାଇପାରିବେ । ଆଶା ଦିଦି ଶ୍ରାବଣୀର କାର୍ଯ୍ୟକୁ ପ୍ରଶଂସା କଲେ ରାଜସ୍ବ ମନ୍ତ୍ରୀ । ଗୋସମ୍ପଦଙ୍କୁ ସୁରକ୍ଷା କରିବାରେ ଓଡ଼ିଶା ସରକାର ରେକର୍ଡ କଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶଂସା କଲେ ମନ୍ତ୍ରୀ । ‘ଦାନା’ର ଅର୍ଥ ‘ଦୟା’ । ବାତ୍ୟା ଓଡ଼ିଶା ପ୍ରତି ସମ୍ବେଦନଶୀଳ ଥିଲା । ଅତୀତରେ ସଫଳତା ପାଇଛୁ ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

ବୁଡ଼ିଲା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ, ୩ ଦିନ ପର୍ଯ୍ୟଟକଙ୍କ ପାଇଁ ପଞ୍ଚଲିଙ୍ଗେଶ୍ୱର ମନା

 

 

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.