୧୦ ଲକ୍ଷ ଟଙ୍କାର ସୁନା ଗହଣା ବ୍ୟାଗ୍ ହଜିଯାଇଥିଲା, ସିସିଟିଭି ଯାଞ୍ଚ ପରେ…

NEWS7
ministry-of-external-affairs-called-the-reuters-report-mischievous

ବଲାଙ୍ଗିର ୧୫।୩: ୧୦ ଲକ୍ଷ ଟଙ୍କାର ସୁନା ଗହଣା ବ୍ୟାଗ୍ ହଜିଯାଇଥିଲା । ଫେରି ପାଇବେ ବୋଲି ଆଶା ନଥିଲା । ପୋଲିସ ସାହାଯ୍ୟରେ ଫେରିପାଇଲେ ମହିଳା । ହଜିଥିବା ସୁନା ଗହଣା ବ୍ୟାଗ୍ ଫେରିପାଇଲେ । ପୋଲିସକୁ ଧନ୍ୟବାଦ ଦେଲେ ।

ଏ ଖବର ବି ପଢ଼ନ୍ତୁ:- ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍, ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ନିର୍ଦ୍ଦେଶ

ଗତ ୧୧ ତାରିଖରେ ଲିଲିମା କାଲସାଏ ନାମକ ମହିଳା ଧୁଲସରରୁ ଷ୍ଟେସନ ଯିବା ରାସ୍ତାରେ ବ୍ୟାଗ୍ ଛିଣ୍ଡି ପଡିଗଲା । ବ୍ୟାଗ୍ରେ ଥିଲା ସୁନାହାର, ଟଙ୍କା ଓ କାଗଜପତ୍ର । ବ୍ୟାଗ୍ ପାଇଥିବା ବ୍ୟକ୍ତି ଫୋନ୍ କଲା କିନ୍ତୁ ମୋବାଇଲ ସ୍ବିଚ୍ ଅଫ୍ କରିଦେଲା । ଫଳରେ ବଲାଙ୍ଗିର ଟାଉନ ଥାନାରେ ଲିଲିମା କାଲସାଏ ଅଭିଯୋଗ କରିଥିଲେ । ଟାଉନ ଥାନା ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ବ୍ୟାଗ୍ ପାଇଥିବା ଅଟୋ ଚାଳକ ଅକ୍ଷତ ଅବସ୍ଥାରେ ବ୍ୟାଗ୍ ଫେରାଇଥିଲା । ବ୍ୟାଗ୍ରେ ଥିବା ସବୁ ସୁନା, ଟଙ୍କା ଓ କାଗଜପତ୍ର ବଲାଙ୍ଗିର ଟାଉନ ଥାନା ପୋଲିସ ମହିଳାଙ୍କୁ ହସ୍ତାନ୍ତର କରିଛି । ହଜିଥିବା ସୁନା ଗହଣା ଓ ଟଙ୍କା ଫେରିପାଇବା ପରେ ମହିଳା ଜଣକ ବଲାଙ୍ଗିର ଟାଉନ ଥାନା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ସୁନା ଗହଣାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବା ନେଇ ସୂଚନା । ଏହାସହ ୫ ହଜାର ଟଙ୍କା ଓ କିଛି କାଗଜପତ୍ର ଯାହା ସବୁ ବ୍ୟାଗ୍ରେ ଥିଲା ମହିଳା ଜଣକ ସବୁ ଫେରିପାଇଛନ୍ତି । ତେବେ ଆଜି ଭଳି ଦିନରେ ଏତେ ମୂଲ୍ୟର ସୁନାଗହଣା ଫେରି ପାଇବାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ମହିଳା ।