ଭଦ୍ରକ ୩୦।୭: ନାବାଳକ ଗାଡି ଚାଳକଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରୁଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ । ବିଭିନ୍ନ ସ୍ଥାନରେ ଚେକିଂ ବେଳେ ଏକ ଲକ୍ଷରୁ ଅଧିକ ଟଙ୍କାର ଫାଇନ ଆଦାୟ ହୋଇଛି ।
ଭଦ୍ରକ ସହରର କଲେଜ ରୋଡ଼ରେ ଯାଞ୍ଚ ବେଳେ ଅନେକ ନାବାଳକ ଗାଡି ଚାଳକଙ୍କୁ ଧରିଛି ଆର୍ଟିଓ । କାଗଜପତ୍ର ଯାଞ୍ଚ ବେଳେ ଡିଏଲ୍ ସହ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ହେଭି ଫାଇନ୍ ଲାଗିଛି । ଦୁଇ ଜଣଙ୍କୁ ୨୫ ହଜାର, ଗୋଟିଏ ୩୫ ହଜାର ଓ ଅନ୍ୟ ଦୁଇ ଜଣଙ୍କୁ ୧୨ ହଜାର ଲେଖାଏଁ ଫାଇନ ହୋଇଛି । ଆଗାମୀ ସମୟରେ ଧରାପଡିଥିବା ନାବାଳକଙ୍କ ବାପା ଓ ମା’ଙ୍କ ନାମରେ କେସ୍ କରାଯିବ ବୋଲି ସୂଚନା ମିଳିଛି ।
You Can Read: