ସାଇକେଲକୁ ଧକ୍କା ଦେଲା ଟ୍ରକ୍, ନାବାଳକଙ୍କ ବାମ ଗୋଡରେ ଚଢିଗଲା ଚକ

Published By : Prameya-News7 Bureau | July 06, 2024 IST

ମୋହନା ୬।୭: ଗଜପତି ଜିଲ୍ଲା ମୋହନା କୋର୍ଟ ନିକଟରେ ଟ୍ରକ୍ ଧକ୍କାରେ ନାବାଳକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ନାବାଳକ ହେଲେ ପ୍ରିତମ ଗମାଙ୍ଗ l ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରଯାଇଛି l 

ଶନିବାର ସକାଳେ ଏକ ୧୦ ଚକିଆ ଟ୍ରକ୍ ରାୟଗଡା ପଟୁରୁ ବ୍ରହ୍ମପୁର ଯାଉଥିଲା l ଏହି ସମୟରେ ମୋହନା କୋର୍ଟ ନିକଟରେ ସାଇକେଲରେ ଯାଉଥିବା ନାବାଳକକୁ ଧକ୍କା ଦେଇଥିଲା l ଫଳରେ ସାଇକେଲଟି ଦୁଇ ଖଣ୍ଡ ହୋଇଯାଇଥିବା ବେଳେ ନାବାଳକଙ୍କ ବାମ ଗୋଡ ଉପରେ ଟ୍ରକ ଚକ ଚଢିଯାଇଥିଲ l ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

You Can Read:

ବରଗଡରୁ ବିପୁଳ ପରିମାଣର କଫ୍ ସିରପ ଓ ନିଶା ଇଞ୍ଜେକ୍ସନ ଜବତ, ଜଣେ ଅଭିଯୁକ୍ତ ଗିରଫ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.