ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | June 08, 2024 IST

ବାରିପଦା ୮।୬: ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ଘୋଡ଼ାପାଳ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରୁ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ଘୋଡ଼ାପାଳ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରୁ ଅଚିହ୍ନା ନାବାଳିକାଙ୍କ ମୃତଦେହ ଉଦ୍ଧାର । ନଦୀରେ ମୃତଦେହ ଭାସୁଥିବା ଶନିବାର ସକାଳୁ ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଏହାସହ ବ୍ୟବଚ୍ଛେଦ ପାଇଁ ପିଆରଏମକୁ ପଠାଇ ଦେଇ ଅଧିକ ତଦନ୍ତ କରୁଛନ୍ତି । ତେବେ ନାବାଳିକାଙ୍କ ପରିଚୟ ମିଳିପାରି ନଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ ।

You Can Read :

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ, ଗୁରୁତ୍ୱପୂର୍ଣ୍ଣ ବିଷୟରେ ହୋଇପାରେ ଆଲୋଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.