ହାତ ବନ୍ଧା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Published By : Prameya-News7 Bureau | September 18, 2024 IST

ନବରଙ୍ଗପୁର ୧୮।୯: ନାବାଳିକାଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟ ଏକ ଟାୱାର ପାଚେରୀ କଡ଼ରୁ ଜଣେ ୧୧ ବର୍ଷ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ନାବାଳିକା ଜଣଙ୍କ ଦିନ ପ୍ରାୟ ଏକ ଘଣ୍ଟିକା ସମୟରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ବହୁ ସମୟ ଧରି ଝିଅ ଘରକୁ ଫେରିନଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ । ଏହାପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ । ଝିଅର ସମସ୍ତ ସାଙ୍ଗସାଥି ଏବଂ ପୋଡଶୀଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ବହୁ ଖୋଜାଖୋଜି କରି ରାତି ପ୍ରାୟ ୮ଟା ସମୟରେ ଗ୍ରାମର ଟାୱାର ପାଚେରୀ ପାର୍ଶ୍ୱରୁ ଝିଅର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଝିଅର ଦୁଇ ହାତ ବନ୍ଧା ଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

You Can Read:

ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା, ରାଜଘାଟ ଠାରେ ୧୧.୫୫ ମିଟରରେ ପ୍ରବାହିତ ଜଳସ୍ତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.