ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା ନାବାଳିକା, ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌ ସହ ଚାଲିଛି ଆଲୋଚନା

Published By : Prameya-News7 Bureau | July 20, 2025 IST

ଭୁବନେଶ୍ୱର ୨୦।୦୭: ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା ନାବାଳିକା । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା । ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍‌ ସହ ଆଲୋଚନା କରୁଛନ୍ତି ପରିବାର ଲୋକେ । ଏନେଇ ପୀଡିତାଙ୍କ ସଂପର୍କୀୟ ଭାଇ ସୂଚନା ଦେଇଛନ୍ତି । 

ଖବର ଅନୁଯାୟୀ, ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପୀଡିତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶନିବାରଠୁ ପୀଡିତାଙ୍କ ଚିକିତ୍ସା ଚାଲିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା ମଧ୍ୟ ହୋଇଛି । ତେବେ ରବିବାର ଦିନ ପୀଡିତାଙ୍କ ସଂପର୍କୀୟ ଭାଇଙ୍କ ମୁତାବିକ, ଗତ କିଛି ଘଣ୍ଟା ମଧ୍ୟରେ ପୀଡିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ତେଣୁ ଅଧିକ ଚିକିତ୍ସା ଲାଗି ନାବାଳିକାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯିବ । ଏନେଇ ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍‌ଙ୍କ ମଧ୍ୟରେ ଆଲୋଚନା ଚାଲିଛି । ୨ ରୁ ୩ ଘଣ୍ଟା ମଧ୍ୟରେ ବଳଙ୍ଗୀ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ ବୋଲି କହିଛନ୍ତି । 

ଅନ୍ୟପଟେ ବଳଙ୍ଗା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଶନିବାର ରାତିରେ ବିଜେଡି, କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଏମ୍‌ସ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପିରିକି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଥିଲା । ଯାହାପରେ ପ୍ରଶାସନ ପକ୍ଷରୁ ଏମ୍‌ସ ପରିସରରେ ବିଏନ୍‌ଏସ୍‌ ଧାରା ୧୬୩ ଲାଗୁ କରାଯାଇଛି । ଏହି ସମୟ ମଧ୍ୟରେ ଯଦି କୌଣସି ବ୍ୟକ୍ତି ଏମ୍‌ସ ପରିସରରେ ଉତ୍ତେଜନା ସୃଷ୍ଟି କରନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.