ମାଲେସିଆର ବୋର୍ଣ୍ଣିଓ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୧ ରେକର୍ଡ, ନାହିଁ କ୍ଷୟକ୍ଷତିର ସୂଚନା

NEWS7
miscreants-loot-gold-ornaments-in-ctc-5-arrested

ନୂଆଦିଲ୍ଲୀ ୨୩।୦୨; ମାଲେସିଆରେ ଶକ୍ତିଶାଳୀ ଭୂକମ୍ପ । ପୂର୍ବ ମାଲେସିଆରେ ଅବସ୍ଥିତ ବୋର୍ନିଓ ଦ୍ୱୀପର ଏହି ଭୂମିକମ୍ପ ହୋଇଛି। ଭୂକମ୍ପର ତୀବ୍ରତା ୭.୧ ଥିଲା। ଏହାର କେନ୍ଦ୍ରସ୍ଥଳ କୋଟା କିନାବାଲୁରୁ ୧୦୦ କିଲୋମିଟର ଉତ୍ତର-ପୂର୍ବରେ ଥିଲା। ସ୍ଥାନୀୟ ସମୟ ରାତି ୧୨:୫୭ ରେ ଭୂକମ୍ପ ହୋଇଥିଲା। ଭୂକମ୍ପର ଗଭୀରତା ୬୧୯.୮ କିଲୋମିଟର ବୋଲି ରିପୋର୍ଟ କରାଯାଇଛି।

ୟୁକ୍ରେନରେ ଭୟଙ୍କର ଆକ୍ରମଣ : ଋଷ୍ ମାଡ଼ କଲା ୫୦ ମିସାଇଲ୍, ୩୦୦ ଡ୍ରୋନ୍

ଭୂକମ୍ପର କେନ୍ଦ୍ରସ୍ଥଳ କେଉଁଠି ?

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପ ପୃଥିବୀ ପୃଷ୍ଠରୁ ପ୍ରାୟ ୬୧୯.୮ କିଲୋମିଟର ଗଭୀରତାରେ ହୋଇଥିଲା। ଗଭୀରତା ଯୋଗୁଁ ବ୍ୟାପକ ଜୀବନ ଏବଂ ସମ୍ପତ୍ତି କ୍ଷତି ହେବାର ସମ୍ଭାବନା କମ୍। ଭୂକମ୍ପ ପାଇଁ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ। ପାଣିପାଗ ଅଧିକାରୀମାନେ କହିଛନ୍ତି ଯେ ଭୂକମ୍ପ ବହୁତ ଗଭୀରତାରେ ହୋଇଥିଲା। ତେଣୁ ବଡ଼ ଲହଡି ଆସିବାର ସମ୍ଭାବନା ନାହିଁ।

ରବିବାର ରାତିରେ ଅଧିକାଂଶ ଲୋକ ଶୋଇଥିବା ସମୟରେ ଭୂକମ୍ପ ହୋଇଥିଲା। ସ୍ଥାନୀୟ ବାସିନ୍ଦା ହାଲୁକାରୁ ମଧ୍ୟମ ଧରଣର କମ୍ପନ ଅନୁଭବ କରିଥିଲେ। ଭୟଭୀତ ହୋଇ ସେମାନ ବାହାରକୁ ଆସିଯାଇଥିଲେ । ହେଲେ କୌଣସି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ନାହିଁ। କର୍ତ୍ତୃପକ୍ଷ ଲୋକମାନଙ୍କୁ ଶାନ୍ତ ରହିବା ଏବଂ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରିଛନ୍ତି। ମାଲେସିଆର ପାଣିପାଗ ବିଭାଗ ଏବଂ ଅନ୍ତର୍ଜାତୀୟ ଏଜେନ୍ସି ଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଅଧିକ ପଢନ୍ତୁ-ପାକିସ୍ତାନରେ ୬ ବର୍ଷରେ ବଢିଛି ୭% ଦାରିଦ୍ର୍ୟ; ଦକ୍ଷିଣ ଏସିଆରେ ହ୍ରାସ ପାଇଛି, କିନ୍ତୁ ମୁନିରଙ୍କ ଦେଶ କାହିଁକି ହେଉଛି ଗରିବ?