ବଲାଙ୍ଗୀର ୯।୭: ରଥ ସାମଗ୍ରୀ ମନ୍ଦିର ସମ୍ମୁଖରେ ସଜାଡି ରଖୁଥିଲେ ପୂଜକ । ବାଇକରେ ଆସି ବେକରୁ ସୁନା ଚେନ୍ ନେଇ ଫେରାର ମାରିରେ ଲୁଟେରା । ତାହା ପୁଣି ମନ୍ଦିର ସମ୍ମୁଖରେ । ବଲାଙ୍ଗୀର ସହର ମାଲପଡା ୧୫ ନମ୍ବର ୱାର୍ଡ଼ର ରାମସ୍ୱାମୀ ମନ୍ଦିର ସମ୍ମୁଖରେ ଘଟିଛି ଏଭଳି ଲୁଟ୍ ଘଟଣା । ପୂଜକଙ୍କ ବେକରୁ ୩ ଭରିରୁ ଅଧିକ ଓଜନର ସୁନା ଚେନ୍ ଲୁଟ୍ ହୋଇଛି । ପୂଜକ ଜଣଙ୍କ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ ରାଜପରିବାରର ରାଜ ପୁରୋହିତ ସନ୍ତୋଷ ଦାସ ।
ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ରଥଯାତ୍ରାରେ ପ୍ୟାଲେସରୁ ମହାପ୍ରଭୁ ଆସିମାଲପଡା ରାମସ୍ୱାମୀ ମନ୍ଦିରରେ ମାଉସୀ ମା’ ଘରେ ରହନ୍ତି । ସୋମବାର ଥିଲା ତାଙ୍କ ପ୍ରଥମ ବେଶ ମୀନ ଓ କଛପ । ବେଶ ପାଇଁ ସାମଗ୍ରୀ ଆଣିକି ଆସିବା ପରେ ରଥରେ କିଛି ସାମଗ୍ରୀ ରଖିବା ବେଳେ କଳା ବାଇକ୍ରେ ଜଣେ ମୁଖା ପିନ୍ଧା ଓ ଜଣେ ହେଲମେଟ୍ ପିନ୍ଧା ଦୁର୍ବୃତ୍ତ ଆସି ବେକରୁ ଚେନ୍ ଝାମ୍ପି ନେଇ ଫେରାର ମାରିଥିଲେ । ଏନେଇ ରାଜପୁରୋହିତ ସହରର ଆଦର୍ଶ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ସିସିଟିଭିରେ ବାଇକ୍ରେ ଆସିବା ଭିଡ଼ିଓ ଉତ୍ତୋଳନ ହୋଇଛି । ଯାହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।
You Can Read:
ମଙ୍ଗଳବାର ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ, ସନ୍ଧ୍ୟାଧୂପ ପରେ ହେବ ପହଣ୍ଡି ବିଜେ