ଘର ନିଆଁ ଲଗାଇଦେଲେ ଦୁର୍ବୃତ୍ତ : ଫାଟିଲା ଗ୍ୟାସ୍ ଟାଙ୍କି, ଉଡିଲା ଘରର ଆଜବେଷ୍ଟସ

Published By : Prameya-News7 Bureau | July 10, 2024 IST

କଣାସ ୧୦।୭: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗାଁରେ ବିଳମ୍ବିତ ରାlfରେ ଗଙ୍ଗାଧର ସେନାପତିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଘରେ ଥିବା ଗ୍ୟାସ ଟାଙ୍କି ଫାଟିଯାଇଥିବା ଫଳରେ ଘରର ଆଜବେଷ୍ଟସ ସମେତ ରୋଷେଇ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । 

କିଛି ଦିନ ପୂର୍ବରୁ ଗଙ୍ଗାଧର ସେନାପତିଙ୍କର କୁଟା ଗଦାକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଏ ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଏବେ ଗଙ୍ଗାଧର ସନ୍ଦେହ କରୁଛନ୍ତି ଯେ, କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଛନ୍ତି ବୋଲି । ବଳଙ୍ଗା ଥାନାରେ ଘର ପୋଡି ନେଇ ଅଭିଯୋଗ ହୋଇଛି । ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

You Can Read:

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳକାୟ ବୁଧିଆ ମାଛ, ଓଜନ ୬୦ କେଜି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.