ରାଜଧାନୀରେ ଛୁରାମାଡ଼, ଛୁରୀ ଭୁସି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

Published By : Prameya-News7 Bureau | March 15, 2025 IST

ଭୁବନେଶ୍ବର ୧୫ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ଛୁରି ଭୁସି ହତ୍ୟା । ଛୁରା ମାଡ଼ରେ ଟଳି ପଡିଲେ ଯୁବକ । କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡ଼ାକ୍ତର । ମୃତ ଯୁବକ ସମେଇଗାଡିଆ ଅଞ୍ଚଳର ଆୟୁଷ୍ମାନ ପତି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଆଇଆଇସି ଏବଂ ଜୋନ୍ ୫ ଏସିପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ହୋଲି ଖେଳକୁ ନେଇ ହତ୍ୟାକାଣ୍ଡ । ଭୁବନେଶ୍ବର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା । ଯୁବକଙ୍କୁ ୩ରୁ ଅଧିକ ଦୁର୍ବୃତ୍ତ ମିଶି ହତ୍ୟା କରିଥିବା ସନ୍ଦେହ । ମଦ ନିଶାରେ ଆକ୍ରମଣ କରିଥିବା ସନ୍ଦେହ । କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଯୁବକ ହେଲେ ଗୁପି ଗୁଣି । ତାଙ୍କ ମୃତ୍ୟୁରେ ହସ୍ପିଟାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

You Can Read:

ଜଳୁଛି ପଶ୍ଚିମ ଓଡ଼ିଶା, ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ଡ଼ିଗ୍ରୀ ରେକର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.