ଧର୍ମଗଡ଼ ୧୦।୭: ସରକାରୀ ଜମିକୁ ନେଇ ମହିଳାଙ୍କୁ ଛୁରାମାଡ଼ । ଛୁରାମାଡ଼ରେ ମହିଳାଙ୍କ ଅନ୍ତଃନଳୀ ବାହାରି ପଡ଼ିଥିବା ସୂଚନା l କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପରୁଆଗୁଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା l
ସୂଚନାଯୋଗ୍ୟ ଯେ, ମହିଳା ଜଣକ ଘରେ ଏକୁଟିଆ ଥିବା ସମୟରେ ସେହି ଗାଁର ଦୈତାରୀ ପଟେଲ ନାମକ ଯୁବକ ଘରେ ପସି ମହିଳାକୁ ଛୁରା ମାଡ଼ କରିଥିଲା l ସଙ୍ଗେ ସଙ୍ଗେ ମହିଳାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଅବସ୍ଥା ସଙ୍କଟାପନ୍ନ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି l
ସରକାରୀ ଜମିକୁ ନେଇ ଦୁଇ ପରିବାର ଅନେକ ଥର ବିବାଦ ଲାଗିରହିଥିଲା l
You Can Read: