ନିଖୋଜ ଯୁବକଙ୍କ ମୃତଦେହ ଠାବ, ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ

Published By : Prameya-News7 Bureau | October 13, 2024 IST

କୋଣାର୍କ ୧୩।୧୦ : ନିଖୋଜ ଯୁବକଙ୍କ ମୃତଦେହ ଠାବ। ରବିବାର ସକାଳୁ ସକାଳୁ ନିଖୋଜ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ତିନି ଜଣ ଯୁବକ କୋଣାର୍କ ବୁଲିବାକୁ ଆସିଥିଲେ । ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ସମୟରେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍‌ ଗାର୍ଡ ରାମ ରାଓ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ସମୁଦ୍ରକୁ ଭାସିଯାଇଥିଲେ । ଘଟଣାସ୍ଥଳରେ ଲାଇଫ୍‌ ଗାର୍ଡ ପହଞ୍ଚି ଖୋଜାଖୋଜି କରିଥିଲେ । ନିଖୋଜ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳର ଜୀବନଜ୍ୟୋତି ମହାନ୍ତି ବେଳେ ଦୁଇ ଉଦ୍ଧାର ଯୁବକ ହେଲେ ସୁକାନ୍ତ ଜେନା ଓ ସୁଧୀର ମ୍ଲଲିକ ବୋଲି ଜଣାପଡିଥିଲା । ନିଖୋଜ ଯୁବକ ଜଣଙ୍କ ପିପିଲି ଅଞ୍ଚଳର ଏକ ଘରୋଇ ଅଫିସରେ କାର୍ଯ୍ୟ କରୁଥିବା ଜଣାପଡିଛି । ସାଙ୍ଗମାନଙ୍କ ସହ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଘଟିଥିଲା ଅଘଟଣ । 

ଶେଷରେ ରବିବାର ସକାଳୁ ସକାଳୁ ନିଖୋଜ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ଅଗ୍ନିଶମ ବାହିନୀ । ଏହାପରେ ଲାଇଫ୍‌ ଗାର୍ଡ ଓ ସ୍ଥାନୀୟ ଯୁବକଙ୍କ ଦ୍ୱାରା ସମୁଦ୍ରରେ ଭାସୁଥିବା ଯୁବକଙ୍କ ମୃତଦେହ ଠାବ ହୋଇଥିଲା । ଅନ୍ୟପଟେ ଖବର ପାଇ ଜୀବନଜ୍ୟୋତିଙ୍କ ବାପା, ମାଙ୍କ ସହ ସଂପର୍କୀୟ ପହଞ୍ଚି ଥିବା ଜଣାପଡିଛି । ମେରାଇନ୍‌ ପୋଲିସ ଶବକୁ ଜବତ କରି ପରିବାରଙ୍କ ଲିଖିତ ଅଭିଯୋଗ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.