ନିଖୋଜ ଛାତ୍ର ଚନ୍ଦନଙ୍କ ମୃତଦେହ ଉଦ୍ଧାର, ଗୁରୁବାର ମହାନଦୀରେ ବୁଡିଯାଇଥିଲେ

Published By : Prameya-News7 Bureau | May 31, 2024 IST

ଭୁବନେଶ୍ବର ୩୧।୫: ମହାନଦୀରେ ବୁଡି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଛାତ୍ର ଚନ୍ଦନଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ସୁଅ ମୁହଁଠାରୁ ୫ ଶହ ମିଟର ଦୂରରୁ ମୃତଦେହ ମିଳିଥିବା ଜଣାପଡିଛି । 

ଗୁରୁବାର ଠାରୁ ଯୁବକ ଜଣଙ୍କ ନିଖୋଜ ଥିବା ବେଳେ ଶୁକ୍ରବାର ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବାରଙ୍ଗ ଅଗ୍ନିଶମ ବାହିନୀ । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ବାରଙ୍ଗ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ମହାନଦୀ ନରାଜରେ ଗାଧୋଇବା ବେଳେ ଛାତ୍ର ଜଣଙ୍କ ବୁଡିଯାଇଥିଲେ । ୭ ଜଣ ଛାତ୍ର ଗାଧୋଇବା ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକ ମୃତଦେହ ଉଦ୍ଧାର ହୋଇଛି । 

You Can Read :

ଯୁବକଙ୍କୁ ହତ୍ୟା ଅଭିଯୋଗ ; ବାଲେଶ୍ୱରରେ ମଧ୍ୟାହ୍ନଭୋଜନ, ସନ୍ଧ୍ୟାରେ ମୟୂରଭଞ୍ଜରେ ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.