କଟକ ୬।୭: କଟକ ଜିଲ୍ଲାର ଗ୍ରାମୀଣ ଇଲାକା ମାନଙ୍କରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା କରାଇବା ଲାଗି ଗତ ସରକାରରେ ଅର୍ଥ ମଞ୍ଜୁର ହୋଇଛି । କିନ୍ତୁ ନିର୍ବାଚନ କାରଣରୁ କାମ ଅଟକି ରହିଥିଲା, ଯାହା ଏବେ ଯୁଦ୍ଧକାଳୀନ ଭିତ୍ତିରେ ହେବ ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ଶୁକ୍ରବାର କଟକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆଠଗଡ ବିଧାନସଭା କ୍ଷେତ୍ରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଧାୟକ । ଆଠଗଡ ଏନଏସି ଅଞ୍ଚଳରେ ବନ୍ଦ ହୋଇଯାଇଥିବା ୨୪ଟି ସ୍କୁଲର ପୁନରୁଦ୍ଧାର ସହିତ, ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ ପୂରଣ କରିବା ଲାଗି ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ।
ସେହିପରି ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଆଦିର ସମୀକ୍ଷା ହୋଇଛି । ସେହିପରି ଜଙ୍ଗଲ ବିଭାଗ ଦ୍ବାରା ପର୍ଯ୍ୟାପ୍ତ ବନୀକରଣ କାର୍ଯ୍ୟ ହାତକୁ ନେବା ଲାଗି ମଧ୍ୟ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି । ତେବେ ଖରିଫ ଫସଲ ପାଇଁ ଯେପରି ଜଳସେଚନର ଅଭାବ ନହୁଏ, ସେଥିଲାଗି ୧୫ଦିନ ମଧ୍ୟରେ ସମସ୍ତ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରିବା ଲାଗି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ହୋଇଛି ।
You Can Read:
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ଟି ସ୍ବତନ୍ତ୍ର ଟ୍ରେନ୍, ଶୁଭାରମ୍ଭ କଲେ କଟକ ସାଂସଦ