ଲଞ୍ଚ୍ ହେଲା 'ମୋ ବୁଥ୍’ ଆପ୍, ସହଜରେ ଜାଣି ହେବ କେଉଁଠି ଦେବେ ଭୋଟ୍

Published By : Prameya-News7 Bureau | May 15, 2024 IST

ଭୁବନେଶ୍ବର ୧୫।୫: ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର ବଢାଇବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମୋ ବୁଥ୍ ଆପ୍ ପ୍ରଚଳନ କରାଯାଇଛି । ବିଶେଷ ଭାବରେ ଭୁବନେଶ୍ୱର ଭୋଟରଙ୍କୁ  ଦୃଷ୍ଟିରେ ରଖି ଏହି ଆପ୍‌କୁ ପ୍ରଚଳନ କରାଯାଇଛି । ବୁଧବାର ଏହି ‘ମୋ ବୁଥ୍’ ଆପ୍‌କୁ ଉଦଘାଟନ କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ଏହି ଆପ୍ ଜରିଆରେ ଜଣେ ଭୋଟର  କେଉଁଠି ଭୋଟ୍ ଦେବେ, ଭୋଟ୍ ଗ୍ରହଣ କେନ୍ଦ୍ର କେଉଁଠି ଅଛି, କେଉଁ ରାସ୍ତା ଦେଇ ପହଞ୍ଚିବ, ସେ  ହିଁ କେନ୍ଦ୍ରରେ ଭିଡ଼ ଅଛି କି ନାହିଁ । ଏହି ଆପ୍ ଜରିଆରେ ଜଣେ ଭୋଟର ଜାଣିପାରିବ । ଏହା ସହିତ ଏହି ଆପ୍ ଜରିଆରେ ଜଣେ ସେକ୍ଟର ଅଫିସର ମଧ୍ୟ ତାଙ୍କ ବୁଥ୍‌ର ସ୍ଥିତି ସପକ୍ଷରେ ଉଚ୍ଚ କର୍ତ୍ତୃପକ୍ଷ ଜାଣି ପାରିବେ । ସ୍ୱାଭିମାନ ଅଞ୍ଚଳରେ ଭୋଟ୍ ଦେବା ପାଇଁ ଅଧିକ ଆଗ୍ରହ ଦେଖାଇଛି । ପ୍ରଥମ ପର୍ଯ୍ୟାୟରେ ୭୫.୬୮ ପ୍ରତିଶତ ମତଦାନ ହାର ରହିଛି । ଗତ ଥର ଅପେକ୍ଷା ୨ ପ୍ରତିଶତ ଭୋଟ୍ ହାର ବଢିଛି । ଚଳିତ ବର୍ଷ ଭୋଟ୍ ହାର କଳାହାଣ୍ଡିରେ ୭୭. ୯୦, ନବରଙ୍ଗପୁରରେ ୮୨.୧୬, କୋରାପୁଟରେ ୭୭.୫୩, ବ୍ରହ୍ମପୁରରେ ୬୫.୪୧ ରହିଛି । ଚଳିତ ବର୍ଷ ଅଧିକ ମହିଳା ଭୋଟ୍ ଦେଇଛନ୍ତି । ୨୪.୨୬ ଲକ୍ଷ ମହିଳା ଭୋଟ୍ ଦେଇଥିବା ବେଳେ  ୨୩.୩୨ ଲକ୍ଷ ପୁରୁଷ ଭୋଟ୍ ଦେଇଛନ୍ତି । 

You Can Read :

ରାଉରକେଲାରେ ନବୀନଙ୍କ ପ୍ରଚାର, ‘ବିଜେଡି ସରକାର ମାଗଣାରେ ବିଜୁଳି ଦେବେ.. ଆପଣମାନେ ଖୁସି ତ..

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.