ପୂରଣ ହେଲା ଦୀର୍ଘଦିନର ଦାବି, ଗଡମା ବଜାରକୁ ଗଡ଼ିଲା ମୋ ବସ୍

Published By : Prameya-News7 Bureau | July 31, 2024 IST

ସାଲେପୁର ୩୧: ଦୀର୍ଘ ଦିନ ହେବ କଟକ ଜିଲ୍ଲା ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ତ ଗଡ଼ମା ବଜାର ପର୍ଯ୍ୟନ୍ତ ‘ମୋ ବସ୍’ ଚଳାଇବା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ । ବିଜେଡି ସରକାର ଦାବି ପ୍ରତି କର୍ଣ୍ଣପାତ କରୁନଥିଲା । ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇ ମୋ ବସ୍ ଗଡମା ବଜାରରୁ କଟକ ପର୍ଯ୍ୟନ୍ତ ଚାଲୁ ହେବାରୁ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ମୋ ବସ୍ ଗଡ଼ମା ବଜାରରୁ ସକାଳ ୮.୨୦ ମିନିଟ୍‌ରେ କଟକ ଅଭିମୁଖେ ବାହାରିବ । ପ୍ରତି ୪୫ ମିନିଟ୍ ଅନ୍ତରାଳେ ମୋ ବସ୍ ଗଡମା ବଜାରରୁ କଟକ ପର୍ଯ୍ୟନ୍ତ ଯିବ । ଏହି ବସ୍ ଚାଲିବା ଦ୍ୱାରା ବୟୋଜ୍ୟେଷ୍ଠ ନାଗରିକ, ଦିବ୍ୟାଙ୍ଗ ଠୁ ନେଇ ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ ଉପକୃତ ହେବେ ।

You Can Read:

ଟ୍ରାକ୍ଟର ଓଲଟି ଚାପି ହୋଇଗଲେ : ବଡ ବାପା ମୃତ, ପୁତୁରା ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.