କାଲି୧୦.୫୦ରେ ପହଞ୍ଚିବେ ମୋଦି, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | September 16, 2024 IST

ଭୁବନେଶ୍ବର ୧୬/୯: ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା । ମୋଦିଙ୍କ ଗସ୍ତକୁ ନେଇ ସବୁଠି ଉତ୍ସାହ । ମଙ୍ଗଳବାର ୧୦ଟା ୫୦ ମିନିଟ୍‌ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ସିଧାସଳଖ ଗାଡକଣ ଯାଇ ପିଏମ୍‌ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ । ପ୍ରାୟ ୩୦ ମିନିଟ ଧରି ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି । ସେଠାରୁ ୧୧ଟା୪୫ ମିନିଟରେ ବାହାରି ୧୨ଟାରେ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ଯେଉଁଥିରେ ରହିଛି ୨୮୦୦ କୋଟିର ରେଳ ପ୍ରକଳ୍ପ, ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପ  ଓ ସ୍ପୋର୍ଟସ ଭେଲିର ଶିଳାନ୍ୟାସ । ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବେ । ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଓ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ । ଜନତା ମଇଦାନ କାର୍ଯ୍ୟକ୍ରମରେ ପାଖାପାଖି ଘଣ୍ଟାଏ ରହିବା ପରେ ୧ଟା୨୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରି ଯିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.