LIVE TV

ବିଧାନସଭା ଅଧିବେଶନ ନେଇ ସର୍ବଦଳୀୟ ବୈଠକ : ରାଷ୍ଟ୍ରପତିଙ୍କ ଗସ୍ତ ଓ ଉଦବୋଧନ ନେଇ ଆଲୋଚନା

NEWS7
mohan-majhi-government-completes-100-days-in-odisha

ଭୁବନେଶ୍ବର ୨୬।୧୧: ଗୁରୁବାର ଆରମ୍ଭ ହେଉଛି ବିଧାନସଭାର ଶୀଳକାଳୀନ ଅଧିବେଶନ । ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଏବଂ ବିଧାନସଭାରେ ଉଦବୋଧନ ଦେବା ନେଇ ଆଲୋଚନା ହୋଇଛି । ଏ ନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଭଳି ଭାବେ ବିଧାସଭାରେ ସୁରୁଖୁରୁରେ ବିଭନ୍ନ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଜିରୋ ଆୱାର କେତେ ସମୟ ରହିବ, ସରକାରୀ ଦଳ କେତେ ସମୟ କହିବେ, ବିରୋଧୀ କେତେ ସମୟ କହିବେ ସେ ନେଇ ଆଲୋଚନା ହୋଇଛି ।