କ୍ୟାସ୍ କେସ୍: ଜଷ୍ଟିସ୍ ବର୍ମାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

NEWS7
monkey-terror-in-pattamundai

ନୂଆଦିଲ୍ଲୀ ୮।୧: ସୁପ୍ରିମକୋର୍ଟ ଏଲହାବାଦର ଜଷ୍ଟିସ୍ ୟଶବନ୍ତା ବର୍ମାଙ୍କ ସେହି ଆବେଦନ ଉପରେ ରାୟ ସଂରକ୍ଷିତ କରିଛନ୍ତି, ଯେଉଁଥିରେ ବର୍ମାଙ୍କ ପକ୍ଷରୁ ତାଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଲୋକସଭା ବାଚସ୍ପତିଙ୍କ ପକ୍ଷରୁ ଯାଞ୍ଚ କମିଟି ଗଠନର ମଞ୍ଜୁରୀ ପ୍ରକ୍ରିୟାରେ ଉପାୟ ଉପରେ ଆରୋପ ଲଗା ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ୍ ବର୍ମାଙ୍କ କହିବା କଥା ହେଉଛି ୨୧ ଜୁଲାଇ ୨୦୨୫ରେ ଯେତେବେଳେ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ପଦରୁ ହଟାଇବା ଲାଗି ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ତାହା ଉଭୟ ସଦନରେ ଗୃହୀତ ହୋଇ ନଥିଲା।

ଜଷ୍ଟିସ୍ ବର୍ମା ଏହି ଆବେଦନରେ ଲୋକସଭା ବାଚସ୍ପତି ଓମ ବିରଳାଙ୍କ ତରଫରୁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ନିମନ୍ତେ ଗଠନ କରାଯାଇଥିବା ପାର୍ଲ୍ୟାମେଣ୍ଟାରୀ କମିଟିର ବୈଧତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ବର୍ମା କହିଛନ୍ତି ଯେ ରାଜ୍ୟସଭାର ଉପାଧ୍ୟକ୍ଷ ତାଙ୍କ ହଟାଇବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଜଷ୍ଟିସ୍ ବର୍ମା ତର୍କ ଦେଇଛନ୍ତି ଯେ ଯେତେବେଳେ ସଂସଦର ଉଭୟ ସଦନରେ ଗୋଟିଏ ଦିନରେ ମହାଭିଯୋଗ ପ୍ରସ୍ତାବ ଦିଆଯାଏ ଏହାକୁ ଆଗକୁ ବଢାଇବା ପାଇଁ ଏକ ଯୁଗ୍ମ କମିଟି ଲାଗି ପ୍ରସ୍ତାବକୁ ଉଭୟ ସଦନ ସ୍ୱୀକାର କରିବା ଜରୁରି।

ଜଷ୍ଟିସ୍ ବର୍ମା ତର୍କ ଦେଇଛନ୍ତି ଯେ ଯେହେତୁ ରାଜ୍ୟସଭା ଉପାଧ୍ୟକ୍ଷ ସେହି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ଏଣୁ ଜଜେସ୍ ଇନକ୍ୱାରୀ ଆକ୍ଟ ଅନୁସାରେ ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗଠିତ ଯାଞ୍ଚକମିଟି ଅସ୍ଥିର ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୭ ଜାନୁୟାରୀ ବୁଧବାର ସୁପ୍ରିମକୋର୍ଟ ପକ୍ଷରୁ ଏହି ଧାରଣା ଉପରେ ପ୍ରଶ୍ନ ଉଠାଯାଇଥିଲା ଯେ ରାଜ୍ୟସଭାରେ ମହାଭିଯୋଗ ଖାରଜ ହେବା ଦିନ ଯଦି ଲୋକସଭାରେ ପ୍ରସ୍ତାବ ସ୍ୱୀକାର ହୋଇଥାଏ ଏହାକୁ କିପରି ବିଫଳ ମନେ କରାଯିବ?

ସୁପ୍ରିମକୋର୍ଟ ଏହି ବିଚାର ଉପରେ ସନ୍ଦେହ ବ୍ୟକ୍ତ କରିଛନ୍ତି ଯେଉଁଥିରେ ଜଷ୍ଟିସ୍ ୟଶବନ୍ତ ବର୍ମାଙ୍କ ମହାଭିଯୋଗ ଲାଗି ଲୋକସଭା ପକ୍ଷରୁ ସ୍ୱୀକାର କରାଯାଇଥିବା ପ୍ରସ୍ତାବ ବିଫଳ ମନେ କରାଯିବା ଉଚିତ। ତେବେ ସୁପ୍ରିମକୋର୍ଟ ମାମଲାରେ ରାୟ ସଂରକ୍ଷିତ ରଖିଥିବା ବେଳେ ଉଭୟପକ୍ଷଙ୍କୁ ଲିଖିତ ତର୍କ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ୍ ବର୍ମା ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗଠିତ କମିଟି ସମ୍ମୁଖରେ ହାଜର ହେବା ପାଇଁ ସମୟସୀମା ବଢେଇବାକୁ ଦାବି କରିଛନ୍ତି, ତେବେ ସୁପ୍ରିମକୋର୍ଟ ଏହାକୁ ଟାଳି ଦେଇଛନ୍ତି। ଏଣୁ ଜଷ୍ଟିସ୍ ବର୍ମାଙ୍କୁ ଜାନୁୟାରୀ ୧୨ ତାରିଖ ଦିନ ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗଠିକ କମିଟି ଆଗରେ ହାଜର ହେବାକୁ ଅଛି।

ଉଲ୍ଲେଖଯୋଗ୍ୟ ଯେ ୧୪ ମାର୍ଚ୍ଚ ୨୦୨୫ରେ ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ଅଧିକାରୀକ ବାସଭବନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଦମକଳ ବିଭାଗ କର୍ମଚାରୀ ନିଆଁ ଲିଭାଇବା ବେଳେ ସେଠାରୁ ପ୍ରଚୁର ପରିମାଣରେ ଅଧାପୋଡା ଟଙ୍କା ପାଇଥିଲେ। ଏହି ଘଟଣା ପରେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାକୁ ନଜରରେ ରଖି ତାଙ୍କୁ ପୁଣି ଏଲହାବାଦ ହାଇକୋର୍ଟକୁ ବଦଳି କରିଦିଆଯାଇଥିଲା। ଏହି ମାମଲାର ଯାଞ୍ଚ ନିମନ୍ତେ ସୁପ୍ରିମକୋର୍ଟ ଏକ ୩ ସଦସୀୟ ଅନ୍ତରୀଣ କମିଟି ଗଠନ କରିଥିଲେ। ଏହି କମିଟିର ଯାଞ୍ଚରୁ ଜଷ୍ଟିସ୍ ବର୍ମାଙ୍କର ଏହି ଟଙ୍କା ଉପରେ ନିୟନ୍ତ୍ରଣ ଥିବା ଜଣାପଡିଥିଲା। ଏଣୁ ସେ ମିସକଣ୍ଡକ୍ଟର ଦୋଷୀ ହୋଇଥିଲେ।