ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହେଉନି ମୌସୁମୀ, ରଜରେ କଲବଲ କରିବ ପ୍ରବଳ ଗୁଳୁଗୁଳି

Published By : Prameya-News7 Bureau | June 13, 2024 IST

ଭୁବନେଶ୍ବର ୧୩।୬: ଓଡିଶାରେ ପ୍ରବେଶ କରିସାରିଛି ମୌସୁମୀ ବାୟୁ । ଆହୁରି ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇପାରେ ମୌସୁମୀ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ସମୟରେ ମାଲକାନଗିରି, କୋରାପୁଟ ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିଛି । 

ଅପରପକ୍ଷରେ ଆସନ୍ତା ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ବିଜୁଳିଜନିତ ବର୍ଷାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ବର୍ଷା ହେବାର ସମ୍ଭାବନା ରହିଛି । 

ସେହିପରି ୪୮ ଘଣ୍ଟା ପାଇଁ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣି ରହିଛି । ରଜ ତିନି ଦିନ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । 

You Can Read :

ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.