ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଝାଡାବାନ୍ତି ଆତଙ୍କ, ୧୫ରୁ ଅଧିକ ଆକ୍ରାନ୍ତ ସୂଚନା

Published By : Prameya-News7 Bureau | August 25, 2024 IST

ବାଲିଗୁଡା ୨୫କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଝିରିପାଣି ପଞ୍ଚାୟତରେ ଝାଡାବାନ୍ତି ଆତଙ୍କ l ଝିରିପାଣି ପଞ୍ଚାୟତର ବରଗାଁ, ଲଲକୁଟି, କୁନାବେଡା ଗାଁରେ ଝାଡାବାନ୍ତିରେ ୧୫ଜଣ ପାଖାପାଖି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l ଏସବୁ ଗାଁରେ ଆକ୍ରାନ୍ତଙ୍କ ପାଖରେ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଜାରି ରଖିଛି l ତେବେ ଗାଁରେ ଭୋଜିଭାତ ଖାଇବା ପରେ ଖାଦ୍ୟରେ ବିଷପାନ ପ୍ରକ୍ରିୟା ପାଇଁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ତୁମୁଡିବନ୍ଧ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି l ମେଡିକାଲ ଟିମ୍ ପକ୍ଷରୁ ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ତୁମୁଡିବନ୍ଧ ମେଡିକାଲର ଚିକିତ୍ସା ଅଧିକାରୀ ଅଭିଷେକ ନାୟକ ସୂଚନା ଦେଇଛନ୍ତି l ସେପଟେ ଝାଡାବନ୍ତିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ଲଲକୁଟି ଗାଁର ବିନୀତି ମାଝୀ, ଅମିତ ମାଝୀଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ବରଗାଁର ମୂଷୁରୀ ମାଝୀ, ଗାଡାଡି ମାଝୀଙ୍କ ସମେତ କୁନାବେଡା ଗାଁର ଜଣେ ୪ ମାସର ଶିଶୁର ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି l କିନ୍ତୁ ମୃତ୍ୟୁ ପରେ ପରିବାର ଲୋକଙ୍କ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇନଥିବା ଜଣାପଡିଛି l ତେବେ ୫ ଜଣଙ୍କ ମୃତ୍ୟୁ ନେଇ ସରକାରୀ ସ୍ତରରେ କୌଣସି ମେଡିକାଲ ରିପୋର୍ଟ ନଥିବା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଅଭିଷେକ ନାୟକ ସୂଚନା ଦେଇଛନ୍ତି  l

You Can Read:

ପୂଜାର୍ଚ୍ଚନା ପରେ ଆଶ୍ରମ ବିଦ୍ୟାଳୟ ହଷ୍ଟେଲକୁ ଫେରିଲେ ଅନ୍ତେବାସୀ, ଭୂତ ଭୟରେ ଛାଡିଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.