ଅଭାବନୀୟ ଘଟଣା, ନିଆଁରେ ପୋଡି ମାଆ-ଝିଅ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | November 06, 2024 IST

ସମ୍ବଲପୁର ୦୬।୧୧: ମାଆ- ଝିଅ ଜୀବନ୍ତ ଦଗ୍ଧ । ନିଆଁରେ ପୋଡ଼ି ମାଆ- ଝିଅଙ୍କ ମୃତ୍ୟୁ ହୋଇଛି। ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ବର୍ତ୍ତମାନ ଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । 

ଖବର ଅନୁଯାୟୀ, ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ନିକଟରେ ଥିବା ଏକ ଘରେ ମାଆ-ଝିଅ ରାତିରେ ଖାଇ ଶୋରି ଶୋଇଥିଲେ । ବିଳମ୍ବିତ ରାତିରେ ହଠାତ୍‌ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘରେ ଶୋଇଥିବା ଅବସ୍ଥାରେ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ମାଆଙ୍କ ବୟସ ୯୦ ବର୍ଷ ହୋଇଥିବା ବେଳେ ଝିଅର ବୟସ ୬୨ ବର୍ଷ ହେବ ବୋଲି ଜଣାପଡିଛି l ମୃତ ମାଆ ହେଲେ ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ l ଅଗ୍ନିକାଣ୍ଡ ସଂପର୍କରେ ଖବର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଦୁଇ ମହଲା ଘରର ଉପର ରୁମରେ ଏହି ଘଟଣା ଘଟିଛି l 

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି l ଆଜି ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବ l ତେବେ ନିଆଁ କେମିତି ଲାଗି ଲାଗିଲା ତାହା ଅସ୍ପଷ୍ଟ ରହିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.