ଢେଙ୍କାନାଳ ୨୭।୧୨ : ଚଳନ୍ତା ଟ୍ରେନ୍ରୁ ଖସିପଡିଲେ ମା ଏବଂ ୧୨ ବର୍ଷର ପୁଅ । ପୁରୀ-ଦୁର୍ଗ ଏକ୍ସପ୍ରେସ୍ ଟ୍ରେନ୍ରୁ ଢେଙ୍କାନାଳ ଦଣ୍ଡିମାଳ ଷ୍ଟେସନ ନିକଟରେ ଖସିପଡିଲେ ମା ଓ ପୁଅ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଢେଙ୍କାନାଳ ସଦର ଥାନା ବାରଦା ଗାଁରେ ଉଭୟଙ୍କ ଘର । କୌଣସି କାମରେ ମେରୁମୁଣ୍ଡାଳି ସ୍ଥିତ ସଂପର୍କୀୟଙ୍କ ଘରକୁ ମା-ପୁଅକୁ ଯାଉଥିଲେ । ଶୁକ୍ରବାର ଦିନ ଉଭୟ ସଂପର୍କୀୟଙ୍କ ଘରୁ ଫେରୁଥିଲେ । ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନ୍ ଯୋଗେ ଆସି , ଦାଣ୍ଡିମାଳ ଷ୍ଟେସନରେ ଓହ୍ଲାଇଥାନ୍ତେ ମାଆ-ପୁଅ। ହେଲେ ଭୁଲ୍ବଶତଃ ମେରମୁଣ୍ଡଳୀ ଷ୍ଟେସନରୁ ମା-ପୁଅ ପୁରୀ-ଦୁର୍ଗ ଫାଷ୍ଟ ଏକ୍ସପ୍ରେସ୍ରେ ଚଢିଯାଇଥିଲେ । ଦଣ୍ଡିମାଳ ଷ୍ଟେସନ ନିକଟରେ ଟ୍ରେନ୍ ନରହିବାରୁ ଉଭୟ ମାଆ-ପୁଅ ଓହ୍ଲାଇବାକୁ ଚେଷ୍ଟା କରି ତଳକୁ ଖସିପଡିଥିଲେ ପୁଅ । ଆଉ ପୁଅକୁ ଉଦ୍ଧାର କରିବାକୁ ଯାଇ ମା ମଧ୍ୟ ଟ୍ରେନ୍ରୁ ଡେଇଁପଡିଥିଲେ । ଯାହାଫଳରେ ଉଭୟ ଟ୍ରେନ୍ରୁ ଖସି ଗୁରୁତର ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।