ମାଆକୁ ମିଳିଲା ନ୍ୟାୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଅକୁ ବାହର କଲା ଘରୁ

Published By : Prameya-News7 Bureau | September 27, 2024 IST

ଆଠଗଡ଼ ୨୭/୦୯: ମାଆକୁ ମିଳିଲା ନ୍ୟାୟ । ଅଲଗା ହେଲେ ମା-ପୁଅ । ଶେଷରେ ସମ୍ପର୍କରେ ପଡିଲା । ଆଉ ତହସିଲଦାରଙ୍କ ଉପସ୍ଥିତିରେ ଆଜି ଘରର ପ୍ରକୃତ ମାଲିକାଣୀ ଫେରିପାଇଛି ତାର ଜାଗା । ନିଜେ ତହସଲିଦାର ସମସ୍ତଙ୍କ ଉପସ୍ଥିତିରେ ମାଆଙ୍କୁ ଦେଇଥିଲେ ଘରର ଚାବି ।  ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ପୁଅକୁ ନିଜ ଘରୁ ବାହାର କରିଛି ମାଆ । 

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ଖୁଣ୍ଟୁଣୀ ଥାନା ଖୁଣ୍ଟୁଣୀ ଗ୍ରାମରେ । ମା ଲଳିତା ନାୟକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ତାଙ୍କର ବଡ ପୁଅ ଏବଂ ବୋହୂ ତାଙ୍କୁ ଅତ୍ୟାଚାର କରୁଥିଲେ । ପୁଅ ନିଜର ପୈତୃକ ଘରକୁ ଭଡାରେ ଲଗାଇ ମା କିଣିଥିବା ଜାଗାରେ ବଳପୂର୍ବକ ରହି ଆସୁଥିଲା । 

ଶେଷରେ ବାଧ୍ୟ ହୋଇ ମା ଲଳିତା ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଘଟଣା ସ୍ଥଳକୁ ଯାଇଥିଲେ ତହସିଲଦାର । ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ଉପସ୍ଥିତିରେ ମା ଲଳିତାଙ୍କୁ ଘରର ଚାବି ଖୋଲି ଘର ଦଖଲକୁ ନେଲେ । ଏବେ ପୁଅକୁ ବାହାର କରି ସେ ଘରେ ନିଜେ ରହିଛି ମାଆ ।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.