ଭରତପୁର ଥାନା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିଲମ୍ବିତ ମହିଳା ପୋଲିସ ଅଧିକାରୀଙ୍କ ମା’

Published By : Prameya-News7 Bureau | September 27, 2024 IST

କଟକ ୨୭।୯: ଭରତପୁର ଥାନା ବିବାଦ ମାମଲାରେ ଟ୍ବିଷ୍ଟ । ମେଜରଙ୍କ ବାନ୍ଧବୀ ଅଦାଲତ ଅବମାନନା କରିଥିବା ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ନିଲମ୍ବିତ ମହିଳା ପୁଲିସ ଅଧିକାରୀଙ୍କ ମା’ । ସେ ଅଭିଯୋଗ କରିଛନ୍ତି ଯେ, ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ଗୋପନ ରଖିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମେଜରଙ୍କ ବାନ୍ଧବୀ ଜଣକ ନିକଟରେ ଏକ ୱେବ ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି । ଘଟଣା ଦିନ ଭରତପୁର ଥାନାରେ କାର୍ଯ୍ୟରତ ଥିବା ମହିଳା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯାହାଦ୍ୱାରା ମହିଳା ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନଙ୍କର ସମ୍ମାନ ହାନୀ ହୋଇଛି । ତେଣୁ ହାଇକୋର୍ଟ ନିଜ ଆଡୁ ଯେଉଁ ମାମଲା ରୁଜୁ କରିଛନ୍ତି, ଉକ୍ତ ମାମଲାରେ ପକ୍ଷଭୁକ୍ତ ହେବା ଲାଗି ଆବେଦନକାରିଣୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଯଦି ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରନ୍ତି, ତେବେ ଆଗାମୀ ଶୁଣାଣି ସମୟରେ ଆବେଦନକାରିଣୀ ମହିଳା, କୋର୍ଟରେ ନିଜର ପକ୍ଷ ରଖିପାରିବେ । ଅକ୍ଟୋବର ୮ ତାରିଖରେ ମୂଳ ମାମଲାର ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି । ତେବେ ଭରତପୁର ଥାନା ଘଟଣାରେ ପୀଡ଼ିତାଙ୍କ ନାଁ ଏବଂ ପରିଚୟକୁ ଗୋପନ ରଖିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

You Can Read:

୨୦୧୭ ଆଠମଲ୍ଲିକ ଟ୍ରିପଲ ମର୍ଡର : ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.