ମୋ ପୁଅ ମରିବା ପଛରେ ସେ ଝିଅ ଦାୟୀ ,କହିପାରିବିନି କ’ଣ ଘଟଣା :- ମୁକ୍ତିରଞ୍ଜନଙ୍କ ମା’

Published By : Prameya-News7 Bureau | September 26, 2024 IST

ଭଦ୍ରକ ୨୬।୦୯ : ବେଙ୍ଗାଲୁରୁରେ ମହିଳାଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା ଘଟଣା । ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ମୁକ୍ତରଞ୍ଜନ ଆତ୍ମହତ୍ୟା କରିଛନ୍ତି । ହେଲେ ଆତ୍ମହତ୍ୟା ପୂର୍ବରୁ ମାଙ୍କୁ କହିଛି ହତ୍ୟାର କାରଣ।

ଖବର ଅନୁଯାୟୀ, ବେଙ୍ଗାଲୁରୁ ହତ୍ୟା ଘଟଣାର ଅଭିଯୁକ୍ତ ମୁକ୍ତିରଞ୍ଜନ ରାୟ ଦୁଇ ବର୍ଷ ପରେ ଘରକୁ ଆସିଥିଲା। ମଙ୍ଗଳବାର ରାତି ୧୦ଟାରେ ଘରେ ପହଞ୍ଚିଥିଲା। ଘରେ ମାଙ୍କୁ ହତ୍ୟାକାଣ୍ଡ ନେଇ ସବୁ କଥା କହିଥଲା। ଦୁଇ ବର୍ଷ ହେବ ବହୁ ଟଙ୍କା ରୋଜଗାର କରିଥିଲା । ମାସକୁ ପ୍ରାୟ ୪୦ ହଜାର ଟଙ୍କା ରୋଜଗାର ବି କରୁଥିଲା । କିନ୍ତୁ ମୃତ ମହିଳା ଜଣଙ୍କ ତାଙ୍କର ସବୁ ଟଙ୍କା ନେଇଯାଉଥିଲେ । ଏପିରିକି ସୁନା ମୁଦି ମଧ୍ୟ ନେଇଯାଇଥିଲେ ମହିଳା । ଶେଷରେ ବୁଧବାର ଦିନ ଭୋର ସମୟରେ ମାଙ୍କୁ ଗାଡି ଚାବି ମାଗିଥିଲେ ମୁକ୍ତିରଞ୍ଜନ ।  କୁଆଡେ ପଳାଇବେ ବୋଲି ବି କହିଥିଲେ କିନ୍ତୁ ପରେ ମିଳିଲା ଝୁଲନ୍ତା ମୃତଦେହ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.