ସିଦ୍ଧାର୍ଥ ମଲହୋତ୍ରାଙ୍କ ପିତାଙ୍କ ଦେହାନ୍ତ, ଇନଷ୍ଟାରେ ଏଭଳି ପୋଷ୍ଟ କଲେ ଅଭିନେତା

NEWS7
murder-case-in-dhenkanal-hindol-area

ନୂଆଦିଲ୍ଲୀ: ବଲିଉଡରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ପିତୃ ବିୟୋଗ । ସିଦ୍ଧାର୍ଥଙ୍କ ବାପା ସୁନୀଲ ମଲହୋତ୍ରାଙ୍କ ମୃତ୍ୟୁ ହୋଇଛି । ପିତାଙ୍କ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ଅଭିନେତା । ବାପାଙ୍କୁ ମନେ ପାକାଇ ଇମୋସନାଲ୍ ପୋଷ୍ଟ ସେୟାର କରିଛନ୍ତି । ସୁନୀଲ ମଲହୋତ୍ରା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଫେବୃଆରୀ ୧୪ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। କିଆରା ଏବଂ ସିଦ୍ଧାର୍ଥ ମଲହୋତ୍ରା ବର୍ତ୍ତମାନ ସେମାନଙ୍କ ପରିବାର ସହିତ ଦିଲ୍ଲୀରେ ଅଛନ୍ତି।

ଫେବୃଆରୀ ୧୪ରେ ସୁନୀଲ ମଲହୋତ୍ରାଙ୍କ ଦେହାନ୍ତ ହୋଇଥିଲେ ବି, ପରିବାର ଲୋକ ଏନେଇ ଜଣାଇନଥିଲେ । ମଙ୍ଗଳବାର (ଫେବୃଆରୀ ୧୭) ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏକ ଇମୋସନାଲ୍ ପୋଷ୍ଟ ମାଧ୍ୟରେ ପିତାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି । ଦିଲ୍ଲୀରେ ମୃତ୍ୟୁ ପରେ ସୁନୀଲ ମଲହୋତ୍ରାଙ୍କ ଶବଦାହ ତୁରନ୍ତ କରାଯାଇଥିଲା। ଖବର ଶୁଣି ସିଦ୍ଧାର୍ଥ ଏବଂ କିଆରା ତୁରନ୍ତ ଦିଲ୍ଲୀରେ ପହଞ୍ଚିଥିଲେ ।

 

ସିଦ୍ଧାର୍ଥ ଏବଂ କିୟାରା ଏବେ ଦିଲ୍ଲୀରେ ଅଛନ୍ତି । ପିତାଙ୍କ ଦେହାନ୍ତ ପରେ ପରିବାର ସହ ସମୟ ବିତାଉଛନ୍ତି ଷ୍ଟାର କପଲ୍ । ଏହି କଷ୍ଟକର ସମୟରେ ଉଭୟ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ସିଦ୍ଧାର୍ଥ ତାଙ୍କ ପିତାଙ୍କ ଦେହାନ୍ତରେ ଗଭୀର ଦୁଃଖିତ, କାରଣ ସେ ତାଙ୍କ ସହ ବହୁତ ନିକଟତର ଥିଲେ। ତାଙ୍କ ପିତା ତାଙ୍କର ପ୍ରିୟ ନାୟକ ଥିଲେ। ତାଙ୍କ ପିତା ତାଙ୍କର ପ୍ରେରଣା ଥିଲେ। ଅଭିନେତାଙ୍କ ଯାତ୍ରା ଏବଂ କ୍ୟାରିୟରରେ ତାଙ୍କ ପିତାଙ୍କର ଏକ ବଡ଼ ଭୂମିକା ଥିଲା। ଏନେଇ ସେ ଇନଷ୍ଟାରେ ଏକ ପୋଷ୍ଟ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ବାପାଙ୍କୁ ହରାଇ କେତେ ଏକା ହୋଇପଡ଼ିଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ।