ବଦଳିଲା ସେୟାର ବଜାରର ମୁଡ୍ : ଉଠିଲା ସେନସେକ୍ସ-ନିଫ୍ଟି

NEWS7
murder-case-in-ganjam-dantarikoda-village

ନୂଆଦିଲ୍ଲୀ,୨|୦୨ : ରବିବାର କ୍ରାସ୍ କରିଥିଲା ସେୟାର ବଜାର । ବଜେଟ୍ ଦିନ ସେନସେକ୍ସ ଖସି ଯାଇଥିଲା । ନିବେଶକ ହଜାର ହଜାର କୋଟି ଟଙ୍କା ହରାଇଥିଲେ । କିନ୍ତୁ ସୋମବାର ବଦଳିଯାଇଛି ସେୟାର ମାର୍କେଟର ମୁଡ୍ । ଉଭୟ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

ରେଡ୍ ଜୋନରେ ଓପନ ହେଲା ପରେ ସୋମବାର ବିଏସଇ ସେନସେକ୍ସ ୪୫୦ ଅଙ୍କ ବଢିଯାଇଛି । ଏନଏସଇ ନିଫ୍ଟି ମଧ୍ୟ ୨୪ ହଜାର ୯୦୦ ସ୍ତର ଅତିକ୍ରମ କରିଛି । ଏହାପରେ ନିଫ୍ଟି ସାମାନ୍ୟ ଖସିଛି ।

ବଜେଟ୍ ପରେ ବିଗିଡିଥିଲା ମୁଡ୍

ରବିବାର ଦେଶରେ ସାଧାରଣ ବଜେଟ୍ ଉପସ୍ଥାପନା ହୋଇଥିଲା । ଏଥିରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟିକସ ବୃଦ୍ଧି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ଏହାପରେ ନିଫ୍ଟି ଏବଂ ସେନସେକ୍ସ କ୍ରାସ୍ କରିଯାଇଥିଲା । ସେନସେକ୍ସ ପ୍ରାୟ ୨୪୦୦ ଅଙ୍କ ଖସିଥିଲା । ନିଫ୍ଟି ମଧ୍ୟ ୭୫୦ ଅଙ୍କ ହ୍ରାସ ପାଇଥିଲା । ବଜାରରେ ହାହାକାର ସୃଷ୍ଟି ହେବା ସହ ନିବେଶକଙ୍କ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା ।

ସୋମବାର ଧିମା ଆରମ୍ଭ ପରେ ବଢିଲା

ସୋମବାର ବଜାର ଆରମ୍ଭରୁ କ୍ଷତିରେ ଥିଲା । ରବିବାର ସେନସେକ୍ସ ୮୦ ହଜାର ୭୨୨ରେ ବନ୍ଦ ହୋଇଥିଲା । ହେଲେ ସୋମବାର ଏହା ୮୦୫୫୫ରେ ଖୋଲିଥିଲା । ପରେ ଏହା ୮୦୪୮୦କୁ ଖସି ଆସିଥିଲା । କିନ୍ତୁ କିଛି ମିନିଟ୍ ପରେ ୪୬୬ ଅଙ୍କ ବୃଦ୍ଧି ପାଇ ୮୧ ହଜାର ୨୧୧ ସ୍ତର ଛୁଇଁଥିଲା । ନିଫ୍ଟି ମଧ୍ୟ ରବିବାର ୨୪,୮୨୫ରେ କାରବାର ବନ୍ଦ କରିଥିଲା । ସୋମବାର ଏହା ୨୪୯୪୨ ରେ ଟେଣ୍ଡ୍ କରୁଛି ।