ଝାରସୁଗୁଡ଼ା ୦୯।୧୧ : ଜଘନ୍ୟ କାଣ୍ଡ । ମାଆକୁ ପିଟି ପିଟି ମାରିଦେଲା ପୁଅ । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ମହିଜୋରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ବେଲପାହାଡ଼ା ଥାନା ମହିଜୋରରେ କୌଣସି କଥାକୁ ନେଇ ମାଆ ଏବଂ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯେଉଁଥିରେ ପୁଅ ଉତ୍କ୍ଷିପ୍ତ ହୋଇ ମାଆକୁ ପିଟି ପିଟି ମାରିଦେଇଛି । ମୃତ ମହିଳା ଜଣକ ମହିଜୋରରେ ଉର୍କୁଲି ଲୁହାର, ବୟସ ୬୦ ବୋଲି ଜଣାପଡିଛି । ହତ୍ୟାକାଣ୍ଡ ପରେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହାସହିତ ଅଭିଯୁକ୍ତ ପୁଅ ବନମାଳି ଲୁହାରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।