ପରକୀୟା ପ୍ରୀତି ହେଲା କାଳ: ଭାଉଜ ସହ ମିଶି ସ୍ତ୍ରୀର ତଣ୍ଟି ଚିପିଥିଲା ସ୍ବାମୀ, ୨ହତ୍ୟାକାରୀ ଗିରଫ

Published By : Prameya-News7 Bureau | May 13, 2024 IST

କରଞ୍ଜିଆ ୧୩ /୫: ପାଗଳ କଲା ଭାଉଜ ପ୍ରେମ । ସ୍ବାମୀ ସାଜିଲା ହତ୍ୟାକାରୀ । ଭାଉଜ ସହ ମିଶି ସ୍ତ୍ରୀକୁ ତଣ୍ଟିଚିପି ମାରି ଆତ୍ମହତ୍ୟାର ରୂପ ଦେଇଥିଲା । ଶେଷରେ ପୋଲିସ ହାତରେ ବନ୍ଧାହେଲେ ୨ ହତ୍ୟାକାରୀ । ମୟୁରଭଞ୍ଜ  ଜିଲ୍ଲା ଠାକୁରମୁଣ୍ଡା ଥାନା ତାଳପଦା ଗାଁର ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସକୁ ସଫଳତା ମିଳିଛି । ମୃତ ମହିଳା ୭ ମାସର ଗର୍ଭବତୀ ଥିଲେ । ମହିଳାଙ୍କ ସ୍ବାମୀ ମାନସ କାର୍ଜିଙ୍କର ଭାଉଜଙ୍କ ସହ ଅନୈତିକ ସଂପର୍କ ଥିଲା । ଯାହାକୁ ବିରୋଧ କରିଆସୁଥିଲେ ମହିଳା । ଆଉ ସେଥିପାଇଁ ତାଙ୍କୁ ପ୍ରି ପ୍ଲାନ କରି ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲେ ସ୍ବାମୀ ମାନସ ଓ ଭାଉଜ ସଂଧ୍ୟାରାଣୀ । ତଣ୍ଟି ଚିପି ହତ୍ୟା କରିବା ପରେ ଓଢଣୀରେ ମୃତଦେହକୁ ଝୁଲାଇ ଆତ୍ମହତ୍ୟା କରିଥିବା ପୋଲିସକୁ କହିଥିଲେ । ତେବେ ଝିଅ ଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଏତଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ମାନସକୁ ୨ଦିନ ଧରି ପଚରାଉଚରା ପରେ ପୋଲିସ ସାମ୍ନାରେ ସତ ଓଗାଳିଥିଲା ମାନସ । ଭାଉଜ ସହ ମିଶି କେମିତି ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଥିଲା ସବୁ କହିଥିଲା ।  ପୋଲିସ ଉଭୟ ମାନସ ଓ ସଂଧ୍ୟାରାଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.