ନିର୍ବାଚନ ରାଜନୀତିକୁ ନେଇ ସାମ୍ନାକୁ ଆସିଲା ଓବାମାଙ୍କ ମଜାଦର ବୟାନ, ଜାଣନ୍ତୁ କୋହେନଙ୍କ ପୋଡକାଷ୍ଟରେ କହିଛନ୍ତି କ’ଣ?

NEWS7
nabin-join-protest-against-price-hike-in-bhubaneswer

ୱାସିଂଟନ ୧୫।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ନିର୍ବାଚନ ରାଜନୀତିରେ ତାଙ୍କର ପ୍ରତ୍ୟାବର୍ତ୍ତନ ନେଇ ସବୁ ଅଙ୍କ କଷାକୁ ଖାରଜ କରିଦେଇଛନ୍ତି। ବ୍ରାୟନ ଟାୟଲର କୋହେନଙ୍କ ପୋଡକାଷ୍ଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ମଜାକିଆ ଅନ୍ଦାଜରେ କହିଛନ୍ତି ଯେ ଯଦି ସେ ପୁଣି ଥରେ ନିର୍ବାଚନ ଲଢିବାକୁ ଉଦ୍ୟମ କରିବେ ତେବେ ମିସେଲ ତାଙ୍କୁ ଛାଡପତ୍ର ଦେଇ ଦେବେ। ଏହି ସାକ୍ଷାତକାରରେ ଓବାମା କହିଛନ୍ତି ଯେ ମୁଁ ଏବେ ନିଜକୁ ରାଜନୀତିଜ୍ଞ ମନେ କରୁ ନାହିଁ। ମୁଁ ଆମେରିକା ସମ୍ବିଧାନକୁ ବିଶ୍ୱାସ କରେ ଓ ମୋ ବିବାହକୁ ମଧ୍ୟ ।

ରାଜନୈତିକ ଟିପ୍ପଣୀକାର କୋହେନଙ୍କ ପୋଡକାଷ୍ଟରେ ସେ କହିଛନ୍ତି ଯେ ଆଉ ଦ୍ୱିତୀୟବାର ରାଜନେତା ହୋଇପାରିବେନି। ହୁଏତ ସମ୍ବିଧାନ କିଛି ପଦବୀ ନିମନ୍ତେ ନିର୍ବାଚନ ଲଢିବାକୁ ଅନୁମତି ଦେଉଛି, କିନ୍ତୁ ନିର୍ବାଚନୀ ରାଜନୀତିରେ ଦ୍ୱିତୀୟବାର ଗୋଡ ରଖିବାକୁ ତାଙ୍କର କୌଣସି ଇଛା ନାହିଁ। ଓବାମାଙ୍କ ଏହି ପୋଡକାଷ୍ଟ ୧୪ ଫେବୃଆରୀ ଶନିବାର ପ୍ରସାରିତ ହୋଇଛି। ଏଥିରେ ଓବାମା ନିକଟରେ ସୋସିଆଲ ମିଡିଆରେ ଉପୁଜିଥିବା ଏକ ବିବାଦର ଉଲ୍ଲେଖ କରିଥିଲେ। ସେ କହିଥିଲେ ଏପରି ଘଟଣା ଅଧିକାଂଶ ଆମେରିକୀୟଙ୍କୁ ଅସନ୍ତୁଷ୍ଟ କରିଥାଏ ଓ ଗଭୀର ଚିନ୍ତିତ କରିଥାଏ।

ଉଲ୍ଲେଖଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଟ୍ରୁଥ ସୋସାଲରେ ଏକ ଭିଡିଓ ସେୟାର କରିଥିଲେ। ସେହି ଭିଡିଓରେ ଓବାମା ଓ ତାଙ୍କ ପତ୍ନୀଙ୍କୁ ଟ୍ରମ୍ପ ମାଙ୍କଡ ଭାବେ ସୁପର ଇମ୍ପୋଜ କରି ଦେଖାଇଥିଲେ। ତେବେ ଏହି ଭିଡିଓକୁ କିଛି ସମୟ ପରେ ହଟାଇ ଦିଆଯାଇଥିଲା। ଏହା ଉପରେ ହ୍ୱାଇଟ ହାଉସ ଟିପ୍ପଣୀ କରି ଏହା ଭୁଲକ୍ରମେ ହୋଇଥିବା କହିଥିଲା। ହେଲେ ଘଟଣାରେ ଓବାମା ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନାମ ନନେଇ ଉଦବେଗ ପ୍ରକାଶ କରିଛନ୍ତି।

ଓବାମା କହିଛନ୍ତି ଯେ ଆଜିର ରାଜନୀତି ଓ ସୋସିଆଲ ମିଡିଆରେ ଶାଳୀନତା, ଲଜ୍ଜା ଓ ସମ୍ମାନର ସ୍ତର ଲଗାତାର ହ୍ରାସ ହେବାରେ ଲାଗିଛି। ସୋସିଆଲ ମିଡିଆ ଓ ଟିଭିରେ ଏବେ ଏକପ୍ରକାରର ତାମସା ଚାଲିଛି। ଏଥିରେ କ୍ରୁରତା ଓ ଅଭଦ୍ରତା ସୀମା ପାର କରିଯାଉଛି। ଯାହା ପୂର୍ବରୁ କେବେ ଦେଖା ଯାଇ ନଥିଲା।

ଏହା ବି ପଢ଼ନ୍ତୁ:-ମାଙ୍କଡ ଭିଡିଓ ସେୟାର କରି ଓବାମାଙ୍କୁ ପରିହାସ କଲେ ଟ୍ରମ୍ପ, ସୋସିଆଲ ମିଡିଆରେ ଟ୍ରୋଲ ହେଲେ ରାଷ୍ଟ୍ରପତି