ନୂଆଦିଲ୍ଲୀ: ଗଦର-୨ର ଅଭୂତପୂର୍ବ ସଫଳତାର ମାତ୍ର ବର୍ଷକ ପରେ ବନବାସ ସିନେମା ନେଇ ଆସିଥିଲେ ନିର୍ଦ୍ଦେଶକ ଅନୀଲ ଶର୍ମା। ବିଭିନ୍ନ ଏଜେନ୍ସ ପକ୍ଷରୁ ସିନେମାଟିକୁ ଭଲ ରେଟିଂ ବି ମିଳିଛି। କିନ୍ତୁ ଅବଶୋଷ ଗଦର-୨ପରି ଓପନିଂ କରିପାରି ନାହିଁ ବନବାସ, ବରଂ ଚଳିତ ବର୍ଷ ସବୁଠାରୁ ଖରାପ ଓପନିଂ କରିଛି ଏହି ସିନେମା। ଦିନକରେ ବକ୍ସ ଅଫିସ କଲେକ୍ସନ ମାତ୍ର ୬୦ ଲକ୍ଷ ଟଙ୍କା। ଅନ୍ୟପଟେ ଗତବର୍ଷ ପରଦାରେ ଚହଳ ପକାଇଥିବା ଗଦର-୨ ରିଲିଜର ପ୍ରଥମ ଦିନରେ ୪୫ କୋଟି ଟଙ୍କା ଆୟ କରିଥିଲା। ମିିଡିଆ ରିପୋର୍ଟ ଅନୁସାରେ ଦ୍ୱିତୀୟ ଦିନରେ ବି ଭଲ ପ୍ରଦର୍ଶନ କରିପାରି ନାହିଁ ବନବାସ। ମାତ୍ର 38 ଲକ୍ଷ ଆୟ କରିଛି।
ବନବାସ ସିନେମାରେ ଗଦର-୨ର ଅଭିନେତା ଉତ୍କର୍ଷ ଶର୍ମା ଅଭିନୟ କରିଥିବା ବେଳେ ସିନେମାର ଫ୍ୟାନ୍ ଆଟ୍ରାକ୍ସନ ହେଲେ ରିୟଲ ଆକ୍ଟର ନାନା ପାଟେକର। ହେଲେ ବକ୍ସ ଅଫିସ କଲେକ୍ସନ ଦେଖିଲେ ଲାଗୁଛି ଅନୀଲ ଶର୍ମା ପ୍ଲାନ୍ ବୋଧେ ଫେଲ୍ ମାରିଛି। ଶୁକ୍ରବାର ସିନେମାର ପ୍ରଭାବ ଦେଖିଲେ ଥିଏଟରରେ ମାତ୍ର ୯ ପ୍ରତିଶତ ସିଟ୍ ଫୁଲ୍ ଥିଲା। ଅନ୍ୟ ସହର ଅପେକ୍ଷା ମୁମ୍ବାଇ,ପୁଣେ, କୋଲକାତା ଓ ଦିଲ୍ଲୀ ଏନ୍ସିଆରରେ ଏହି ସିନେମାଟିକୁ ଲୋକେ ଅଧିକ ଦେଖିଥିଲେ।
ଗଦର ଓ ଫ୍ୟାମିଲି ଡ୍ରାମା ଅପ୍ନେ ସିନେମାର ସଫଳତା ପାଇବା ପରେ ଅନୀଲ ଶର୍ମା ବନବାସ ସିନେମାକୁ ନିଜେ ଲେଖିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଓ ପ୍ରଯୋଜନା ବି କରିଥିଲେ। ହେଲେ ଫିଲ୍ମଟି ତାଙ୍କ କଳ୍ପନାଅନୁସାର ପ୍ରଦର୍ଶନ କରିପାରି ନାହିଁ।
ଫିଲ୍ମଟି ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ପର୍ଯ୍ୟବଶିତ। ପରିବାରର ବରିଷ୍ଠମାନେ ପରିଣତ ବୟସରେ ସ୍ନେହଁ ପ୍ରେମ ଖୋଜୁଥିବା ବେଳେ ତାଙ୍କ ପାଇଁ କାହା ପାଖରେ ସମୟ ନଥାଏ। ତେଣୁ ଲୋକମାନଙ୍କର ଅନ୍ତରାତ୍ମାକୁ ଦୋହଲାଇ ଦେବାକୁ ଏଇ ସିନେମା ତିଆରି କରିଛି ବୋଲି ଅନୀଲ ଶର୍ମା କହିଥିଲେ। ଏଥିରେ ଭଲ ଗୀତ ଅଛି। ହସ କାନ୍ଦ ଭରା କାହାଣୀଟେ ଅଛି ବୋଲି ଅନୀଲ ପିଟିଆଇକୁ ଦେଇଥିବା ବୟାନରେ କହିଥିଲେ।