ନିର୍ମାତାଙ୍କ ‘ନୋ ଫୋନ୍ ପଲିସି’ ପାଇଁ ଭାଇ ମୃତ୍ୟୁର ଖବର ବିଳମ୍ଵରେ ପାଇଥିଲେ ନୌସିନ୍, କହିଲେ-ମୁଁ ସେଦିନ କଥା କେବେ ଭୁଲିପାରିବି ନାହିଁ

Published By : Prameya-News7 Bureau | September 26, 2024 IST

ମୁମ୍ଵାଇ ୨୬।୦୯: ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ନୌସିନ ଅଲି ସର୍ଦ୍ଦାର । ସିରିଏଲ 'ବସୁଧା' ଜରିଆରେ ଛୋଟ ପରଦାକୁ କମ୍‌ବ୍ୟାକ୍‌ କରିଥିଲେ। ନୌସିନ ତାଙ୍କ ଅଭିନୟ ସହିତ ଲୋକଙ୍କ ମଧ୍ୟରେ ଏକ ଅଦ୍ଭୁତ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ କିଛିଦିନ ତଳେ ନୌସିନଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଥିଲା। କାରଣ ତାଙ୍କ ବଡ଼ ଭାଇଙ୍କର ସେପ୍ଟେମ୍ବର ୧୬ରେ ମୃତ୍ୟୁ ହୋଇଯାଇଥିଲା। ଦୁଃଖର ବିଷୟ ଶେଷ ମୁହୂର୍ତ୍ତରେ ସେ ତାଙ୍କ ଭାଇଙ୍କ ସହ ରହିପାରି ନଥିଲେ। କାରଣ ସେଟରେ ଥିବା ନିୟମ ଏବଂ ନିୟମାବଳୀ ହେତୁ ଭାଇର ଶେଷ ସମୟରେ ଘରେ ପହଞ୍ଚି ପାରି ନଥିଲେ ନୌସିନ।

ରିପୋର୍ଟ ମୁତାବକ, ‘ନୋ ଫୋନ ପଲିସି' ହେତୁ ନୌସିନଙ୍କୁ ତାଙ୍କ ଭାଇ ମୃତ୍ୟୁର ଦୁଇଘଣ୍ଟା ପରେ ଏହି ଦୁଃଖଦ ଘଟଣା ବିଷୟରେ ଖବର ମିଳିଥିଲା। ଖବର ପାଇବା ପରେ ତୁରନ୍ତ ଅଭିନେତ୍ରୀ ଭାଇଙ୍କ ନିକଟରେ ପହଞ୍ଚିଥିଲେ। ଶେଷ ସମୟରେ ଭାଇଙ୍କୁ ଭେଟି ନପାରିଥିବାରୁ ନୌସିନ ଖବୁ ଦୁଃଖିତ। ଏହି ଦୁଃଖରୁ ସେ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି। ଭାଇର ମୃତ୍ୟୁପରେ ତାଙ୍କ ମା’ ଓ ଭାଉଜ ଭାଙ୍ଗି ପଡ଼ିଛନ୍ତି। 

ନୌସିନ ଏହି ଦୁଃଖଦ ଘଟଣାକୁ ନେଇ କହିଛନ୍ତି, ‘ଯେତେ ଚେଷ୍ଟା କଲେ ବି ଭାଇକୁ ଆଉ ଫେରି ପାଇବି ନାହିଁ। କିନ୍ତୁ ଘରେ ଥିବା ମୋ ବୁଢ଼ି ମା’ ଓ ସ୍ବାମୀକୁ ହରାଇ ଭାଙ୍ଗି ପଡ଼ିଥିବା ଭାଉଜ ପାଖରେ ରହି ତାଙ୍କ ସେବା ତ କରି ପାରିବି। ତେଣୁ ମୁଁ ସମସ୍ତ କାମକୁ ପଛରେ ପକାଇ ଏଦୁହିଁଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.