ଶଂଖ ଭବନରେ ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ, ଫୋକସ୍‌ରେ ମହିଳା ଓ ଯୁବବର୍ଗ

Published By : Prameya-News7 Bureau | October 09, 2024 IST

ଭୁବନେଶ୍ବର ୯/୧୦: ବୁଧବାର ଆରମ୍ଭ ହୋଇଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶଙ୍ଖ ଭବନରୁ ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକାମ୍ର ନିର୍ବଚନ ମଣ୍ଡଳୀରୁ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିଛନ୍ତି ନବୀନ । 

ପ୍ରତି ଜିଲ୍ଲାର ନେତୃବୃନ୍ଦ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି । ୧କୋଟିରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି ଦଳ ।ଏବେ ଦଳର ସକ୍ରିୟ ସଭ୍ୟ ସଂଖ୍ୟା ୪ ଲକ୍ଷ ରହିଛି । ଫୋକସ୍‌ରେ ଛାତ୍ର,ଯୁବ ଓ ମହିଳା ବର୍ଗ । ଦଳକୁ ସୁଦୃଢ ଓ ମଜଭୁତ ଲକ୍ଷ୍ୟରେ ପ୍ରତି ବର୍ଗର ଲୋକଙ୍କୁ ବିଜେଡି ସହ ଯୋଡି ହେବାକୁ ଆହ୍ବାନ କରିଛନ୍ତି ଦଳର ସଭାପତି ନବୀନ । ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତା ୨ମାସ ଯାଏ ଚାଲିବ ।

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.