ଅମର୍ଦ୍ଦା ଠାରେ ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର

Published By : Prameya-News7 Bureau | December 04, 2024 IST

ମୋରଡା ୪।୧୨: ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଅମର୍ଦ୍ଦା ଠାରେ ଜରୁରୀ ଅବତରଣ କରିଛି । ବିଲ ଭିତରେ ନୌସେନା ହେଲିକପ୍ଟର ଜରୁରୀ ଅବତରଣ କରିଥିବା ଦେଖିବାକୁ ମିଳିଛି । ତେବେ ହେଲିକପ୍ଟରଟି କେଉଁ କାରଣ ପାଇଁ ଜରୁରୀ ଅବତରଣ କରିଛି ତାହା ସ୍ପଷ୍ଟ ଜଣାପଡିନି । ହଠାତ ହେଲିକପ୍ଟରଟି ଅବତରଣ କରିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଭାରତୀୟ ନୌସେନା ଦିବସରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଗାଁ ଅମର୍ଦ୍ଦା ପଞ୍ଚାୟତର ଅମର୍ଦ୍ଦା ଠାରେ ବିଲ ଭିତରେ ନୌସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି । ତେବେ ବିଲରେ ଚାଷୀ ମାନେ ଧାନ ଫସଲ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ବିଲ ମଧ୍ୟରେ ଓହ୍ଲାଇବାକୁ ଚେଷ୍ଟା କରୁଛି । ଗୋଟିଏ ବିଲ ଭିତରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ଧାନ କୁଟା ଉଡିବାରୁ ସେଠାରେ ଅବତରଣ କରି ନପାରି ଅନ୍ୟ ଏକ ଫାଙ୍କା ବିଲରେ ଅବତରଣ କରିଥିଲା । ଦୀର୍ଘ ୩୦ ମିନିଟ୍ ଧରି ପାଇଲଟ୍ ହେଲିକପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଥିଲେ । ୪୫ ମିନିଟ୍ ପରେ ପୁଣି ଉଡିବା ସକ୍ଷମ ହୋଇଥିଲା ନୌସେନା ହେଲିକପ୍ଟର । ତେବେ ଚାଷ କାମରେ ଲାଗିଥିବା ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ ସ୍ଥାନୀୟ ଲୋକେ ନୌସେନା ହେଲିକପ୍ଟର ଦେଖିବାକୁ ଭିଡ଼ ଜମାଇଥିଲେ ।


You Can Read:

ଘରୋଇ କଳିର ପରିଣାମ, ଦେହରେ କିରୋସିନି ଢାଳି ଝିଅ ସହ ଜଳିଗଲେ ମହିଳା, ସ୍ବାମୀ ଅଟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.