ଗିଲଙ୍କୁ ବାଦ୍ ଦେବା ଖବରରେ ଆଶ୍ଚର୍ଯ୍ୟ ହୋଇଗଲେ ପଣ୍ଟିଂ, କହିଲେ ଏମିତି...

NEWS7
nehru-became-pm-by-accident-said-manohar-lal-and-congress-bhupinder-singh-hooda-hit-back

ମୁମ୍ବାଇ, ୦୫/୦୧ : ଘୋଷଣା ହୋଇଛି ଟି20 ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ । ଦଳରେ ଅନେକ ଷ୍ଟାର୍ ପ୍ଲେୟାର ରହିଛନ୍ତି । କିନ୍ତୁ ବାଦ୍ ପଡିଛନ୍ତି ଶୁଭମନ୍ ଗିଲ୍ । ଦିନିକିଆ ଏବଂ ଟେଷ୍ଟ୍ ଦଳର ଅଧିନାୟକ ଗିଲଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମହାନ କ୍ୟାପ୍ଟେନ୍ ତଥା ପୂର୍ବତନ ଖେଳାଳି ରିକି ପଣ୍ଟିଂ ମଧ୍ୟ ଦଳ ଚୟନକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି ।

ରିକି ପଣ୍ଟିଂ କହିଛନ୍ତି ଯେ, ଯେତେବେଳେ ଭାରତୀୟ ଦଳ ଘୋଷଣା ହେଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଶ୍ୱାସ କରିପାରିଲେନି । ଗିଲ ଏବେ ଭଲ ଫର୍ମରେ ନାହାଁନ୍ତି । କିନ୍ତୁ ସେ ଭଲ ଖେଳିପାରିଥାନ୍ତେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜରେ ସେ ଜବରଦସ୍ତ ଫର୍ମ୍ ପ୍ରଦର୍ଶନ କରିଥିଲେ । ତାଙ୍କ ଭଳି ଆଉ କେହି ହେଲେ ବ୍ୟାଟିଂ କରିପାରି ନଥିଲେ । ଯାହା ଭାରତୀୟ ଦଳର ବ୍ୟାଟିଂକୁ ପ୍ରମାଣିତ କରୁଛି ।

ସେ ଆହୁରି କହିଛନ୍ତି ଯେ, ଶୁଭମନ ଗିଲଙ୍କ ଭଳି ଖେଳାଳି ସିଲେକ୍ଟ ହୋଇ ନାହାଁନ୍ତି । ଏଥିରୁ ଟିମରେ କେତେ ଭଲ ଖେଳାଳି ଅଛନ୍ତି ତାହା ଜଣାପଡୁଛି । ଟିମ୍ ପାଖରେ ବଛା ବଛା ପ୍ଲେୟାର ରହିଛନ୍ତି । ଯେଉଁମାନେ ବ୍ୟାଟିଂ କରି ଦଳକୁ ବଡ ସ୍କୋରରେ ପହଁଚାଇପାରିବେ । ସବୁ ଟିମ୍ ମଧ୍ୟରେ ଭାରତୀୟ ବ୍ୟାଟିଂର ଗଭୀରତା ବେଶି । ସମସ୍ତ ଆଇସିସି ଇଭେଣ୍ଟରେ ଦଳ ଭଲ ପ୍ରଦର୍ଶନ କରି ଆସିଛି । ଯାହା ଟି20 ବିଶ୍ୱକପରେ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ, ଗିଲଙ୍କୁ ଟି20 ଟିମରେ ଉପ ଅଧିନାୟକ ଦାୟିତ୍ୱ ମିଳିଥିଲା । କିନ୍ତୁ ସେ ଲଗାତାର ଭାବେ ଦୁର୍ବଳ ପ୍ରଦର୍ଶନ କରିଥିଲେ । ତେଣୁ ତାଙ୍କୁ ବାଦ୍ ଦିଆଯାଇଛି । ଗିଲଙ୍କ ଜାଗାରେ ସଞ୍ଜୁ ସାମସନ, ରିଙ୍କୁ ସିଂ ଏବଂ ଇଷାନ କିଷାନଙ୍କ ଉପରେ ବିସିସିଆଇ ଭରସା କରିଛି ।