ପଶ୍ଚିମ ଓଡ଼ିଶାରେ ହେବ ନୂଆ ଚିଡ଼ିଆଘର, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Published By : Prameya-News7 Bureau | September 27, 2024 IST

News7

ଭୁବନେଶ୍ବର:  ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା । ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ଜୟଦେବ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଶ୍ଚିମ ଓଡ଼ିଶାରେ ନୂଆ ଚିଡ଼ିଖାନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ଏଥି ସହ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥି ପାଇଁ କେନ୍ଦ୍ର ସରକାର ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ଆଡଭେଞ୍ଚର୍ସ ସ୍ପୋର୍ଟ୍ସ ପାଇଁ ଅନେକ ସୁଯୋଗ ରହିଛି । ଆଡଭେଞ୍ଚର୍ସ ସ୍ପୋର୍ଟ୍ସ ତଥା ଏହା ପଲିସି ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତା ସପ୍ତାହରେ ମେଘାଳୟ ଗସ୍ତରେ ଯିବେ ମନ୍ତ୍ରୀ । ଏଥି ସହ ଓଡ଼ିଶାରେ ବୁଦ୍ଧିଷ୍ଟ କରିଡର ପ୍ରତି ଗୁରୁତ୍ବଦିଆଯିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅଧିକରୁ ଅଧିକ ଇକୋ ଟୁରିଜିମ୍‌ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ବିଶ୍ବ ପର୍ଯ୍ୟଟନ ଦିବସର ଅବସରରେ ଓଡ଼ିଶା ଟୁରିଷ୍ଟ ଗାଇଡ୍‌ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ  ରାଜ୍ୟପାଳ ରଘୁବର ଦାସ ।ଏଥସହ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ବାବୁସିଂହ, ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.