କୌଣସି ପ୍ରକଳ୍ପ ପାଇଁ ଜମି ନିଆଗଲେ କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର ଜମି ଦେବାକୁ କରାଯିବ ବ୍ୟବସ୍ଥା : ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | December 05, 2024 IST

ଭୁବନେଶ୍ବର ୫।୧୨: ରାଜ୍ୟରେ ନୂଆ R&R ପଲିସି ଆସିବ । ୨୦୦୬ର R&R ପଲିସି ସଂଶୋଧନ କରି ୨୦୨୫ରେ ନୂଆ ଆଧୁନିକ ପଲିସି ଆଣିବାକୁ ସରକାର ଯୋଜନା କରୁଛନ୍ତି । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜମି ବଦଳରେ ଜମି ଦେବା ନେଇ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଯଦି କୌଣସି ପ୍ରକଳ୍ପ ପାଇଁ ଲୋକଙ୍କ ଜମି ନିଆଯାଉଛି କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର କିଭଳି ଜମି ଦିଆଯାଇ ପାରିବ ସେନେଇ ବ୍ୟବସ୍ଥା କରାଯିବ ।

You Can Read:

କେହି ଦଖଲ କରି ପାରିବେନି ଆଦିବାସୀ ଜମି, ଡ଼ିସେମ୍ବର ୩୦ ସୁଦ୍ଧା ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ ଦିଆଯିବ ଜମି ପଟ୍ଟା

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.